ଦିନ ଦ୍ବିପ୍ରହରରେ ଅଭିନବ ଢଙ୍ଗରେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ : ସିସିଟିଭି ଫୁଟେଜରେ ରହିଛି ପୂରା ଘଟଣା, ଦେଖନ୍ତୁ ଲୁଟେରାଙ୍କ ତରିକା…

Published By : Prameya-News7 Bureau | July 14, 2019 IST

ଭବାନୀପାଟଣା ୧୪|୭: ଅଭିନବ ଲୁଟ । ଦିନ ୧୨ଟା ସମୟରେ ଜନଗହଳି ପୁର୍ଣ ବଜାର ଭିତରେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ  ।  ଯାଚଂ ଆଳରେ ତିନି ଜଣ ଦୁର୍ବୃତ୍ତ ମହିଳାଙ୍କ ଠାରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ସୁନା ଗହଣା ଚୋରୀ କରି ନେଇ ଥିବା ବେଳେ ସିସିଟିଭିରେ କଏଦ ହୋଇଛି ଲାଇଭ ଅଭିନବ ଲୁଟ୍ ଦୃଶ୍ୟ । ଯାହା ଅନ୍ୟ ମାନଙ୍କ ପାଇଁ ବି ଚେତାବନୀ ।

{"id":133552}

ଭବାନୀପାଟଣା ଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ମହିଳା ରାମକଲି ଅଗ୍ରୱାଲଙ୍କୁ ବିଚ୍ ରାସ୍ତାରେ ତିନି ଜଣ ଦୃର୍ବୃତ୍ତ ନିଜକୁ ଯାଚଂ ଅଧିକାରୀ ପରିଚୟ ଦେଇ ଯାଚଂ କରିଥିଲେ । ମହିଳାଙ୍କ ଠାରୁ ପିନ୍ଧିଥିବା ସୁନା ଚେନ୍‌ , ଦୁଇଟି ମୁଦିକୁ ନେଇଯାଇ ଗୋଟିଏ ପଲିଥିନରେ ଭରି ଦେଇଥିଲେ । ଏହା ପରେ ସଗେଂ ସଗେଂ ଫେରସ୍ତ ମଧ୍ୟ କରି ଦେଇଥିଲେ । ମହିଳା ଜଣକ ଏହି ପ୍ରକ୍ରିୟାରେ ଏତେ ଭୟଭୀତ ହୋଇଯାଇଥିଲେ ଯେ ରାସ୍ତାରେ ଜନଗହଳି ଥିଲେବି ପ୍ରତିବାଦ ନ କରି ଘରକୁ ପଲିଥିନ ନେଇ ଫେରି ଆସିଥିଲେ ।

{"id":133551}

ଘରେ ପଲିଥିନ ଖୋଲିବାରୁ ନକଲି ଶଙ୍ଖା, ଚେନ ଓ ପଥର ଗୋଟି ଦେଖିଥିଲେ । ଏ ନେଇ ଭବାନୀପାଟଣା ଟାଉନ ଥାନାରେ ମାମଲା ରୁଜୁ ପରେ ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଜବତ କରି ଯାଚଂ ଆରମ୍ଭ କରିଛି । ସିସିଟିଭି ଆଧାରରେ ସ୍କେଚ୍ ପ୍ରସ୍ତୁତ ଯୋଜନା କରାଯାଉଥିବା ବଳେ ବର୍ତମାନ ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ଟେର ପାଇନି ପୋଲିସ । 

{"id":133553}

ଭବାନୀପାଟଣା ସହରରେ ଏହା ପୁର୍ବରୁ ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟ ଆଗରେ ଜଣେ ମହିଳାଙ୍କୁ ପୋଲିସ ପରିଚୟ ଦେଇ ସ୍କୁଟି କାଗଜ ପତ୍ର ଯାଂଚ ଆଳରେ ସୁନା ଚେନ ଝାମ୍ପି ନେଇଥିଲେ । ଏଣୁ ଯେ କେହି ବି ଯାଚଂ ପାଇଁ ଆଟକାଇଲେ ପ୍ରଥମେ ତାଙ୍କ ପରିଚୟ ମାଗନ୍ତୁ, ନଚେତ୍ ପାଖରେ ଥିବା ଲୋକଙ୍କୁ ଅବଗତ କରାନ୍ତୁ । ଏହି ଘଟଣା ଅନ୍ୟମାନଙ୍କ ପାଇଁ ଚେତାବନୀ ।

wp:core-embed/youtube {"url":"https://www.youtube.com/watch?v=2ZRtnogJ2qQ","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=2ZRtnogJ2qQ
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.