ଆନନ୍ଦପୁରର ଅଳଙ୍କାର ଦୋକାନରୁ ଚୋରୀ

Published By : Prameya-News7 Bureau | September 09, 2019 IST

କେନ୍ଦୁଝର ୯/୯: ଆନନ୍ଦପୁର ବଡଦାଣ୍ଡ ନିକଟରେ ଥିବା ର୍ଦୁଗା ଜୁଏଲାରିରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦୋକାନର ମାଲିକ ବିଶ୍ବରଂଜନ ସାହୁ ଆଜି ଦୋକାନ ଖୋଲିବା ପରେ ଗହଣା ବାକ୍ସଟିକୁ ଦୋକାନରେ ରଖି ନିକଟରେ ଥିବା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ।

{"id":155112}

ଠିକ୍ ଏତିକିବେଳେ ଦୁଇଜଣ ର୍ଦୁବୃତ୍ତ ବାଇକରେ ଆସି ବାକ୍ସଟିକୁ ନେଇ ଦୃତଗତିରେ ପଳାଇଥିଲେ। ବାକ୍ସରେ ୪୦୦ରୁ ଅଧିକ ଗ୍ରାମ ସୁନା ଓ ୪ କେଜି ପାଖାପାଖି ରୂପା ରହିଥିବା ଦୋକାନୀ କହିଛନ୍ତି। ଚୋରୀ ଅଭିଯୋଗ ପରେ ଆନନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

{"id":155113}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.