ବନ୍ଧୁକ ଭୁଜାଲି ଦେଖାଇ ଘର ଭିତରେ ପଶି ଲୁଟ : କାଟିଲେ ୩ ଆଙ୍ଗୁଳି

Published By : Prameya-News7 Bureau | March 10, 2019 IST

ବାଲେଶ୍ବର ୧୦/୩: ବାଲେଶ୍ୱର  ସୋର ଥାନା ୧୬ନଂ ଜାତୀୟ ରାଜପଥ ବାହାନଗା ଡାକ୍ତରଖାନା ସମ୍ମୁଖରୁ ଲୁଟେରା ମାନେ ବିଳମ୍ବିତ ରାତ୍ରିରେ ୭୦ ହଜାର ଟଙ୍କାର ଗହଣା ଲୁଟ କରି ଫେରାଇ ହୋଇଯାଇଛନ୍ତି । ଲୁଟେରାଙ୍କ ଆକ୍ରମଣରେ ଘର ମୁଖିଆଙ୍କ ତିନିଟି ଆଙ୍ଗୁଳି କଟି ଯାଇଛି ।

{"id":92144,"width":592,"height":326}

ବିଳମ୍ବିତ ରାତିରେ ଚାରି ଜଣ ଦୁବୁର୍ତ୍ତ  ମୁହଁରେ କଳାକନା ଗୁଡାଇ ବାହାନଗା ଦିଲ୍ଲୀପଙ୍କ କବାଡି ଦୋକାନରେ ପସି ଏକା ଥିବା ଭୋଗରାଇ ଅଞ୍ଚଳର କର୍ମଚାରୀ ହରେକୃଷ୍ଣ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ଗହଣା ଓ ଟଙ୍କା ଦେବାକୁ ଧମକ ଦେଇଥିଲେ ।  ଏଥିରେ ହରେକୃଷ୍ଣ ପ୍ରତିବାଦ କରିଥିଲେ ।  ଦୁବୁର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ହରେକୃଷ୍ଣଙ୍କ ତିନି ଆଙ୍ଗୁଳିକୁ ହାଣି ଦେଇଥିଲେ । ହରେକୃଷ୍ଣ ଚିତ୍କାର କରି ବାରୁ  ଦୁବୁର୍ତ୍ତମାନେ ଭୟରେ ବିଲରେ ଦୌଡ଼ି ପଳାଇ ଯାଇଥିଲେ ।  ସୋର ପୋଲିସ ତଦନ୍ତ କରିଥିଲେ ବି ଦୁବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି।

{"id":92146,"width":592,"height":326}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.