ଗ୍ରୀଲ ତାଡ଼ି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ସହ ଟଙ୍କା ଚୋରି

Published By : Prameya-News7 Bureau | December 16, 2019 IST

କେନ୍ଦୁଝର ୧୬/୧୨: ଯୋଡ଼। ଥାନା ଆଜାଦବସ୍ତି ଅଂଚଳରେ ବଡ଼ ଧରଣର ଚୋରି ହୋଇଛି । ଘରେ କେହି ନ ଥିବା ସମୟରେ କଳାକନା ବୁଲାଇଛନ୍ତି ଦୃବୃର୍ତ୍ତ । ଯୋଡ଼। ଆଜାଦ ବସ୍ତି ସ୍ଥିତ ମହେଶ ସିଂଙ୍କ ଭଡ଼।ଘରେ ରହୁଥିବା ଗୋପୀ କୁମାରଙ୍କ ଘରୁ ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଗହଣା, ପାଖାପାଖି ଦେଢ଼ ହଜାର ଟଙ୍କା, କିଛି ଦାମିକା ଶାଢ଼ୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଯୋଡ଼। ଥାନାରେ ଅଭିଯୋଗ ହୋଇଛି ।

{"id":198407,"width":581,"height":327,"sizeSlug":"large"}

 ଘରେ କେହି ନ ଥିବାର ସୁଯୋଗ ନେଇ ଦୁବୃର୍ତ୍ତ , ଝରକା ଗ୍ରୀଲ ତାଡ଼ି ଘରେ ପଶିବା ପରେ କଳା କନା ବୁଲାଇଛନ୍ତି। ଘର ଭିତରେ ଥିବା  ଆଲମାରୀ ଭଙ୍ଗାଯାଇଥିବା ସହ ଆସବାବ ପତ୍ର ଏଣତେଣେ ଖେଳାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

{"id":198408,"width":583,"height":328,"sizeSlug":"large"}

ଗୋପୀ କୁମାର ଏନେଇ ଯୋଡ଼। ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ, ଯୋଡ଼। ଆଇସି   ରାଇସେନ ମୁର୍ମୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇ ତଦନ୍ତ କରାଯାଉଛି ।

{"id":198409,"width":587,"height":330,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.