Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଡନ୍ତା ବିମାନରୁ ଇନ୍ଧନ ଲିକ୍ : ୬୦ଜଣ ଆହତ, ସେମାନଙ୍କ ମଧ୍ୟରୁ ଅନେକ ସ୍କୁଲ ଛାତ୍ରଛାତ୍ରୀ

ଲସ୍‌ ଆଞ୍ଜେଲସ୍‌ ୧୫।୧୦: ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ମଙ୍ଗଳବାର ସଂଧ୍ୟାରେ ଏକ ବଡ ଅଘଟଣ ଘଟିଛି । ଲସ୍‌ ଆଞ୍ଜେଲସ୍‌ ଏୟାରପୋର୍ଟକୁ ଫେରୁଆସୁଥିବା ଏକ ବିମାନରୁ  ଇନ୍ଧନ ତଳେ ପଡିଥିଲା। ଜେଟ୍‌ ଫ୍ୟୁଏଲ୍‌ ପାଞ୍ଚଟି ପ୍ରାଇମେରୀ ସ୍କୁଲ ଓ ଗୋଟିଏ ହାଇସ୍କୁଲ ଉପରେ ପଡିଯାଇଥିଲା । ଏହାଦ୍ବାରା ୨୦ଜଣ ଶିଶୁଙ୍କ ସମେତ ୬୦ଜଣ ଲୋକ ଆହତ ହୋଇଛନ୍ତି ।  

ଲସ୍‌ ଆଞ୍ଜେଲସ୍‌ର କାଉଣ୍ଟି ଦମକଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଇନ୍ଧନ ପଡିଥିବା ଅଞ୍ଚଳରେ ୨୦ଜଣ ଶିଶୁ ଓ ୧୧ଜଣ ବ୍ୟକ୍ତି ଆହାତ ହୋଇଛନ୍ତି । ତେବେ ଏହିସବୁ ସ୍କୁଲଗୁଡିକ ଏୟାରପୋର୍ଟର ପୂର୍ବ ଦିଗରୁ ୧୯ମିଲ ଦୂରରେ ରହିଛି ।  ଏହାସହିତ ଗ୍ରାବିୟଲ ଏଲିମେଣ୍ଟ୍ରି, ଗ୍ରାହମ ଏଲିମେଣ୍ଟାରୀ, ୯୩ ଷ୍ଟ୍ରିଟ ଏଲିମେଣ୍ଟାରୀ ଓ ଜୋର୍ଡାନ ହାଇସ୍କୁଲ ଉପରେ ମଧ୍ୟ ବିମାନ ଇନ୍ଧନ ପିଡିଥିଲା ।

 ଆହାତ ହୋଇଥିବା ଲୋକ ଓ ଶିଶୁମାନଙ୍କୁ ସାବୁନ ଓ ପାଣି ମାଧ୍ୟମରେ ସଫା କରାଯାଇଥିଲା । କିନ୍ତୁ କାହାରିକୁ ମେଡିକାଲକୁ ନେବା ପାଇଁ ଆବଶ୍ୟକ ପଡିନଥିଲା । ସ୍କୁଲର ଛାତ୍ରଚାତ୍ରୀଙ୍କ କହିବାନୁଯାୟୀ ଆକାଶରୁ ପାଣି ବୁନ୍ଦା ପଡୁଥିବାର ଆଶଙ୍କା କରୁଥିଲେ , କିନ୍ତୁ ଯେତେବେଳେ ଦେହ ଉପରେ ପଡିଲା ତାହା ପାଣି ବୁନ୍ଦା ନୁହେଁ, ବରଂ ବିମାନ ଇନ୍ଧନ ଗ୍ୟାସୋଲିନ ବୋଲି ଜାଣିଥିଲା ।

ରିସାବ ବିମାନ-୮୯ ଚୀନ୍‌ର ସଂଘାଇ ଅଞ୍ଚଳକୁ ଯାତ୍ରା କରୁଥିଲା । ତେବେ ବିମାନରେ ବୈଷତ୍ରୁଟି ଥିବାର ଖବର ପାଇବା ପରେ  ପାଇଲଟକୁ ଏୟାରପୋର୍ଟ ଲ୍ୟାଣ୍ଡିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ବିମାନରୁ ଇନ୍ଧନ ଖାଲି କରିବାକୁ ପଡିଥାଏ । ତେଣୁ ବିମାନରୁ ଇନ୍ଧନ ଖାଲି କରିବା ସମୟରେ ଏଭଳି ଅଘଟଣ ଘଟିଛି । ବିମାନରେ ଥିବା ସମସ୍ତ ୨୮୮ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରାଯାଇଛି ବୋଲି ଡେଲ୍‌ଟା ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି ।

.

138 Views

   ସମ୍ବନ୍ଧିତ ଖବର


Loading...