Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବୟଫ୍ରେଣ୍ଡଙ୍କ ସହ ରହୁଛନ୍ତି ଏହି ଅଭିନେତ୍ରୀ : ଜାଣନ୍ତୁ କିଏ ?

22/06/2019 at 2:00 PM

ମୁମ୍ବାଇ ୨୨/୬: ପ୍ରେମ,ବ୍ରେକଅପ୍,ବିବାହ ଏବଂ ବିଚ୍ଛେଦ ତ ଆଜିକାଲି ସାଧାରଣ କଥା ହୋଇଗଲାଣି। ଟିଭି ଜଗତର ଏପରି ଏକ ଖାସ୍ ଅଭିନେତ୍ରୀ ସୁନ୍ଦର ହେବା ସହ ହଟ୍ ମଧ୍ୟ କିନ୍ତୁ ତାଙ୍କର ଓ୍ବାର୍କିଙ୍ଗ ଲାଇଫଠୁ ତାଙ୍କର ବ୍ୟକ୍ତିଗତ ଲାଇଫ ଅଧିକ ଚର୍ଚ୍ଚାରେ ରହିଥାଏ।

ଆମେ କହୁଛୁ ଜେନିଫର ଓ୍ବିଙ୍ଗେଟଙ୍କ ବିଷୟରେ ଯାହାଙ୍କର ବିବାହ ଚର୍ଚ୍ଚାରେ ଥିଲା କାରଣ ଯାହା ସହ ତାଙ୍କର ବିବାହ ହୋଇଥିଲା ସେ ଥିଲେ କରଣ ସିଂହ ଗ୍ରୋଭର। କରଣଙ୍କ ପ୍ରଥମ ବିବାହ ଭାଙ୍ଗିଯାଇଥିଲା ଏବଂ ସେ ଜେନିଫରଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଏହି ଖବର ଶୁଣି ଜେନିଫରଙ୍କ ଫ୍ୟାନମାନେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ କାରଣ କରଣଙ୍କ ଥରେ ବିବାହ ବିଚ୍ଛେଦ ହୋଇସାରିଥିଲା। କିନ୍ତୁ ପ୍ରେମ ଅନ୍ଧ ହୋଇଥାଏ,ସେଥିପାଇଁ ଜେନିଫର ନିଜ ପ୍ରେମ ପାଇଁ ସବୁ କିଛି ଭୁଲି ତାଙ୍କୁ ବିବାହ କରିଥିଲେ।

୨୦୧୨ମସିହାରେ କରଣଙ୍କୁ ବିବାହ କରିବା ପରେ ଏହି ବିବାହ ମାତ୍ର ୪ବର୍ଷ ତିଷ୍ଠିଥିଲା କାରଣ କରଣ,ବିପାଶା ବାସୁଙ୍କ ପ୍ରେମରେ ପାଗଳ ହୋଇସାରିଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି କରିସାରିଥିଲେ। ଏଥିରେ ଜେନିଫର ଅତ୍ୟନ୍ତ ଭାଙ୍ଗିପଡ଼ିଥିଲେ ଏବଂ ବର୍ଷେ ଯାଏଁ ଲାଇମଲାଇଟରୁ ଦୂରରେ ଥିଲେ। ଜେନିଫର ଟିଭି ଜଗତର ସବୁଠୁ କ୍ୟୁଟ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଟିଭି ଜଗତରେ ତାଙ୍କର ବହୁତ ବଡ଼ ନାଁ ରହିଛି।

ସେ ବହୁତ ଧାରାବାହିକରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ଲୋକପ୍ରିୟତା ହାସଲ ହୋଇଥିଲା କଲର୍ସର ‘ବେପନାହ’ ଧାରାବାହିକରୁ। ଏଥିରେ ଜୋୟା ଚରିତ୍ର ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଜେନିଫର ପ୍ରଥମ ପ୍ରେମ ହରାଇବା ପରେ ଫ୍ୟାନମାନଙ୍କୁ ଲାଗିଥିଲା ଯେ ସେ ଆଉ କେବେ ଟିଭି ଜଗତକୁ ଫେରିବେ କି ନାହିଁ। କିନ୍ତୁ ସେ ଫେରିବା ପରେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ।

ଏବେ ଜେନିଫର ପୁଣି ଥରେ ପ୍ରେମରେ ପଡ଼ିଛନ୍ତି। ସେ ହର୍ଷଦ ଚୋପ୍ରାଙ୍କୁ ଡେଟ୍ କରୁଛନ୍ତି। ସୂଚନା ଅନୁଯାୟୀ ଏମାନେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଫ୍ୟାନ୍ ମଧ୍ୟ ଏହି ଯୋଡ଼ିକୁ ସୋଶିଆଲ ମିଡିଆରେ ଖୁବ୍ ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ବିବାହକୁ ଅପେକ୍ଷା କରିଛନ୍ତି।

   Related Posts