ଆମେରିକା ନିର୍ବାଚନ: ଜୋ ବିଡେନ୍‌ଙ୍କୁ ସମର୍ଥନ କଲେ ଜେନିଫର ଲୋପେଜ୍‌ ଓ ପାର୍ଟନର ଆଲେକ୍ସ ରୋଡ୍ରିଗ୍ଜ

Published By : Prameya-News7 Bureau | October 17, 2020 IST

ଓ୍ବାଶିଂଟନ୍‌ ୧୭/୧୦: ଆମେରିକା ନିର୍ବାଚନ ଉପରେ ସାରା ବିଶ୍ବର ନଜର ରହିଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଆମେରିକା ସେଲିବ୍ରିଟି ଦମ୍ପତି ଜେନିଫର ଲୋପେଜ୍‌ ଓ ଆଲେକ୍ସ ରୋଡ୍ରିଗ୍ଜ ଟ୍ରମ୍ପଙ୍କ ପ୍ରତିପକ୍ଷ  ଜୋ ବିଡେନ୍‌ଙ୍କୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛନ୍ତି ।

ଫୋକ୍ସ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ପୂର୍ବତନ ଉପରାଷ୍ଟ୍ରପତି ତଥା ଜୋଙ୍କ ପତ୍ନୀ ଜିଲ୍‌ ବିଡେନ୍‌ଙ୍କ ସହ ଭିଡିଓ କନଫରେନ୍ସଂରେ ଏଭଳି ଘୋଷଣ କରିଛନ୍ତି ଲୋପେଜ୍‌ ଓ ରୋଡ୍ରିଗ୍ଜ। ଏହା ବ୍ୟତୀତ ସେଲିବ୍ରିଟି ଦମ୍ପତି ଏବେକାର କରୋନା ପରିସ୍ଥିତି, ଆମେରିକାର ଅର୍ଥନୀତି, ବର୍ଣ୍ଣବୈଷମ ଓ ଲାଟିନୋ ସମ୍ପ୍ରଦାୟକୁ ଭୋଟ୍‌ ଦେବାର ଭୂମିକା ଉପରେ ଆଲୋଚନା କରିଥିଲେ।

ଏହାସହ କେବଳ ଆମର ସମର୍ଥନ ଯଥେଷ୍ଟ ନୁହେଁ। ସମେସ୍ତେ ଏକ ଟିମ୍‌ ଭଳି କାର୍ଯ୍ୟ କରିବା ସହ ଆମେରିକ ଅର୍ଥନୀତିକୁ ସୁଧାରିବାକୁ ଆହ୍ବାନ ଦେଇଥିଲେ ଲୋପେଜ୍‌ ଓ ରୋଡ୍ରିଗ୍ଜ। ଏବେ ସମୟ ଆସିଛି ଏକଜୁଟ ହେବାର। ଘୃଣା ମନୋଭାବ ଛାଡ଼ି ସମାଜକୁ ନିର୍ମଳ କରିବାକୁ ହେବ। ମୋତେ​‌ ଏମିତି ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ଏମିତି ଏକ ପରିବେଶରେ ମୋ ଛୁଆ ଚଳୁଥିବ ଯେଉଁଠି ସବୁ କିଛି ବାସ୍‌ ଠିକ୍ ଅଛି କିନ୍ତୁ ଏହା ପୂର୍ବରୁ ଏ ସମାଜ ଏଭଳି ନଥିଲା ବୋଲି କହିଛନ୍ତ ଲୋପେଜ୍‌। ଲାଟିନୋ ସଂପ୍ରଦାୟକଙ୍କୁ ଭୋଟ ଦେବାକୁ କହି ଆଜିର ଏହି ଆଲୋଚନାକୁ ସ୍ଥଗିତ କରିଥିଲେ ସେଲିବ୍ରିଟି ଦମ୍ପତି ଜେନିଫର ଲୋପେଜ୍‌ ଓ ଆଲେକ୍ସ ରୋଡ୍ରିଗ୍ଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.