୫୦ବର୍ଷ ବୟସରେ ଚତୁର୍ଥ ଥର ବିବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ଅଭିନେତ୍ରୀ

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ ୧୮/୯: ହଲିଉଡର ପ୍ରସିଦ୍ଧ ଗାୟିକା ଏବଂ ଅଭିନେତ୍ରୀ ଜେନିଫର ଲୋପେଜ ,ଆଲେକ୍ସ ରଡ୍ରିଗେଜଙ୍କୁ ଚତୁର୍ଥ ଥର ବିବାହ କରିବାକୁ ପୂରାପୂରି ରେଡ୍ଡୀ। ଜେନିଫର କହିଛନ୍ତି ଯେ ସେ ଆଲେକ୍ସଙ୍କୁ ବହୁ ଆଗରୁ ଜାଣନ୍ତି। ୨ବର୍ଷ ତାଙ୍କୁ ଡେଟିଙ୍ଗ୍ କରିବା ପରେ ଆଲେକ୍ସ ମାର୍ଚ୍ଚ ମାସରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

{"id":159304}

ସବୁଠୁ ଖାସ୍ କଥା ହେଉଛି ଏହା ଜେନିଫରଙ୍କ ଚତୁର୍ଥ ବିବାହ। ଜେନିଫର କ୍ୟୁବାନ୍ ଅଭିନେତା ଓଜୋନି ନୋଆଙ୍କୁ ୧୯୯୮ମସିହାରେ ବିବାହ କରିଥିଲେ । ଏହି ବିବାହ କେବଳ ବର୍ଷେ ଯାଏଁ ତିଷ୍ଠିଥିଲା।

{"id":159305}

ଏହା ପରେ ଜେନିଫର ୨୦୦୧ମସିହାରେ ଆମେରିକାର କୋରିଓଗ୍ରାଫର ଏବଂ ଅଭିନେତା କ୍ରିସ ଜଡଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୩ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।

{"id":159306}

୨୦୦୪ମସିହାରେ ସେ ଗାୟକ ମାର୍କ ଆନ୍ଥୋନିଙ୍କୁ ବିବାହ କରିଥିଲେ। ମାର୍କଙ୍କ ଦ୍ବାରା ତାଙ୍କର ଦୁଇ ଯମଜ ପୁଅ ମ୍ୟାକ୍ସ ଏବଂ ଏମ୍ମେ ଅଛନ୍ତି। ୨୦୧୪ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

{"id":159307}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.