Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅଭିନେତ୍ରୀ ଜେନିଫର୍ ଲୋପେଜଙ୍କ ନିର୍ବନ୍ଧ ମୁଦିରେ କିଣି ପାରିବେ ବିଳାସପୂର୍ଣ୍ଣ ବଙ୍ଗଳା, ଜାଣନ୍ତୁ କେତେ ଟଙ୍କା

20/05/2021 at 9:07 PM

ନୂଆଦିଲ୍ଲୀ ୨୦/୦୫: ହଲିଉଡ୍ ଷ୍ଟାରମାନେ କେବଳ ତାଙ୍କର ଲଭଲାଇଫ୍ ନୁହେଁ ବରଂ ସେମାନଙ୍କର ମହଙ୍ଗା ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଜେନିଫର୍ ଲୋପେଜ୍ ମଧ୍ୟ ତାଙ୍କ ଲଭଲାଇଫକୁ ନେଇ ଚର୍ଚ୍ଚାରେ ରହିଥିଲେ । ବାସ୍ତବରେ, ଜେନିଫରଙ୍କର ତାଙ୍କର ପ୍ରେମୀକ ଆଲେକ୍ସ ରୋଡ୍ରିଗ୍ଜଙ୍କ ସହ ବ୍ରେକଅପ୍ ହୋଇଯାଇଥିଲା । ଆଲେକ୍ସ ରୋଡ୍ରିଗ୍ଜଙ୍କ ସହ ବ୍ରେକଅପ୍ ଖବର ପରେ ଅଭିନେତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରେମୀକ ବେନ୍ ଆଫ୍ଲେକଙ୍କ ସହ ଦେଖିବାକୁ ମିଳୁଛି। ଜେନିଫର ଏବଂ ବେନଙ୍କ ନିର୍ବନ୍ଧର ମୁଦି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ବେନ ୬.୧ କ୍ୟାରେଟ୍ ପିଙ୍କ୍ ସଲିଟାୟାର୍ କଷ୍ଟମ ମେଡ୍ ହ୍ୟାରି ୱିନଷ୍ଟନ୍ ସହିତ ଡାଏମଣ୍ଡ ରିଙ୍ଗ ସହିତ ଜେନିଫରଙ୍କୁ ପ୍ରପୋଜ୍ କରିଛନ୍ତି । ଏହି ରିଙ୍ଗର ମୂଲ୍ୟ ୧.୨ ମିଲିୟନ୍ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହି ରିଙ୍ଗର ମୂଲ୍ୟ ହେଉଛି ୮ କୋଟି, ୭୫ ଲକ୍ଷ ଟଙ୍କା । ୨୦୦୨ ମସିହାରେ, ଦୁହେଁ ନିର୍ବନ୍ଧ କରିଥିଲେ ତେବେ ୨୦୦୩ ରେ ମତଭେଦ ହେତୁ ଦୁହେଁ ନିର୍ବନ୍ଧ ଭାଙ୍ଗି ଦେଇଥିଲେ ।

jennifer lopez

ବର୍ତ୍ତମାନ ବେନ୍ ଏବଂ ଜେନିଫର୍ ଏକାଠି ହେବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ଏବଂ ସେମାନଙ୍କ ଫ୍ୟାନ୍ସମାନେ ଅନୁଭବ କରୁଛନ୍ତି ଯେ ଦୁହେଁ ୧୭ ବର୍ଷ ପରେ ପୁଣି ଏକାଠି ହୋଇପାରନ୍ତି ।

   Related Posts