ବଲିଉଡ ଦୁନିଆରେ ପାଦ ରଖିଲେ ଜେନିଫର ଓ୍ବିଙ୍ଗେଟ : ଚମକିଗଲେ ଫ୍ୟାନ୍

Published By : Prameya-News7 Bureau | March 18, 2019 IST

ମୁମ୍ବାଇ ୧୮/୩: ଦୀର୍ଘ ଦିନରୁ ଟିଭି ଦୁନିଆରୁ ଦୂରେଇ ଥିବା ଜେନିଫର ଓ୍ବିଙ୍ଗେଟ୍ ଏବେ ବଲିଉଡ ଜଗତରେ ପାଦ ରଖିସାରିଛନ୍ତି। ନିକଟରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି ଯାହା ଅପକମିଙ୍ଗ ଫିଲ୍ମ ‘କଲଙ୍କ’ର ପୋଷ୍ଟର ଏବଂ ଏଥିରେ ଜେନିଫର ବହୁତ ସୁନ୍ଦର ଲାଗୁଛନ୍ତି। ସୂଚନା ଅନୁସାରେ ସେ ‘କଲଙ୍କ’ ଫିଲ୍ମରେ ନଜର ଆସି​‌ବେ। ଜେନିଫର ଟିଭି ଦୁନିଆର ସବୁଠୁ ଚର୍ଚ୍ଚିତ ଚେହେରା ମଧ୍ୟରୁ ଜଣେ। ସମସ୍ତେ ତାଙ୍କୁ ଖୁବ୍ ପସନ୍ଦ କରିଥାଆନ୍ତି। ଏହି ପୋଷ୍ଟରକୁ କେତେକ ଲୋକ ଫେକ୍ କହୁଛନ୍ତି ତ ଅନ୍ୟ କେତେକ ଲୋକ ଏହାକୁ ଅସଲି ବୋଲି କହୁଛନ୍ତି।

{"id":94807,"width":591,"height":332}

ଜେନିଫରଙ୍କୁ ‘କଲଙ୍କ’ ପୋଷ୍ଟରରେ ଦେଖି ତାଙ୍କ ଫ୍ୟାନ୍ ଦେଖି ଖୁସି ହୋଇଯାଇଛନ୍ତି। ଏହି ପୋଷ୍ଟରରେ ସେ ଏତେ ସୁନ୍ଦର ଲାଗୁଛନ୍ତି ଯେ ତାଙ୍କ ଫଟୋ ଧଡ଼ାଧଡ଼ ସେୟାର ହେବାକୁ ଲାଗିଛି। ଜେନିଫରଙ୍କ ଏହି ଫଟୋ ଦେଖି ସମସ୍ତେ ପାଗଳ ହୋଇଯାଇଛନ୍ତି କିନ୍ତୁ ଏହା ‘କଲଙ୍କ’ ଫିଲ୍ମର ନୁହେଁ। ବରଂ କେହି ଫ୍ୟାନ୍ ତାଙ୍କ ପ୍ରେମରେ ପାଗଳ ହୋଇ ଏପରି ପୋଷ୍ଟର କରିଛି।  

{"id":94808,"width":594,"height":297}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.