Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜେମ୍ସ ବଣ୍ଡ୍ ଅଭିନେତ୍ରୀ ହନର ବ୍ଲାକମ୍ୟାନ୍‌ଙ୍କ ୯୪ ବର୍ଷ ବୟସରେ ପରଲୋକ

7/04/2020 at 4:10 PM

ଲଣ୍ଡନ ୭।୪: ପ୍ରସିଦ୍ଧ ହଲିିିିିିଉଡ୍ ଅଭିନେତ୍ରୀ ହନର ବ୍ଲାକମ୍ୟାନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଜେମ୍ସ ବଣ୍ଡଙ୍କ ଫିଲ୍ମରେ କାମ କରି ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ବ୍ଲାକମ୍ୟାନ୍ଙ୍କ ପରିବାର ଏକ ବିବୃତ୍ତିରେ କହିଛନ୍ତି ଯେ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଥିବା ତାଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଛି । ହନର ବ୍ଲାକମ୍ୟାନ୍ଙ୍କର ଦୁଇଟି ସନ୍ତାନ ଏବଂ ଚାରି ନାତି-ନାତୁଣୀ ଅଛନ୍ତି ।

ହନର ସର୍ବପ୍ରଥମେ ୬୦ ଦଶକରେ ମୁକ୍ତିଲାଭ କରିଥିବା ଟିଭି ସିରିଜ ଦି ଆଭେଞ୍ଜର୍ସ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ସେ ୧୯୬୪ରେ ମୁକ୍ତିଲାଭ କରିଥିବା ଜେମ୍ସ ବଣ୍ଡ ସିରିଜର ତୃତୀୟ ଚଳଚ୍ଚିତ୍ର ଗୋଲ୍ଡଫିଙ୍ଗର ପରେ ଅଧିକ ଲୋକପ୍ରିୟ ହୋଇଥିଲେ । ଯେତେବେଳେ ବ୍ଲାକମ୍ୟାନ୍ ଏକ ବଣ୍ଡ୍ ଫିଲ୍ମରେ କାମ କରୁଥିଲେ, ତାଙ୍କୁ ୩୯ ବର୍ଷ ହୋଇଥିଲା । ଯଦିଓ ସେ ଏହି ଚଳଚ୍ଚିତ୍ରରେ ଜେମ୍ସ ବଣ୍ଡଙ୍କ ଲଭ୍ ଇଣ୍ଟେରେଷ୍ଟ ଚରିତ୍ରରେ ଅଭିନୟ କରିନାହାଁନ୍ତି, ତଥାପି ସେ ତାଙ୍କ ମାର୍ଶଲ ଆର୍ଟ କୌଶଳ ସାହାଯ୍ୟରେ ବଣ୍ଡ୍ ଙ୍କ ବିପକ୍ଷରେ ନଜର ଆସିଥିଲେ ।

୨୦୧୪ ମସିହାରେ ଏକ ମାଗାଜିନ ଟିଭି ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଜେମ୍ସ ବଣ୍ଡଙ୍କୁ ଦେଖିବା ପରେ ଅନେକ ଝିଅ ପାଗଳ ହୋଇଯାଇଥାନ୍ତି । କିନ୍ତୁ ମୋର ଚରିତ୍ର ଜଣେ କ୍ୟାରିୟର ଓ୍ବିମେନର ଥିଲା ଯିଏ ପାଇଲଟ ଥିଲେ ଏବଂ ସେ ମଧ୍ୟ ବହୁତ ଉଚ୍ଚାଭିଳାଷୀ ଥିଲେ । ମୁଁ ଭାବୁଛି ସେହି ଚରିତ୍ରଟି ବହୁତ ଭଲ ଭାବରେ ପ୍ରସ୍ତୁତ ହୋଇଥିଲା ଏବଂ ତାଙ୍କୁ ହଲିଉଡର ଏକ ଗୁରୁତ୍ବପୂର୍ଣ୍ଣ ଫେମିନିଷ୍ଟ ଚରିତ୍ର ଭାବରେ ମଧ୍ୟ ବିବେଚନା କରାଯାଇପାରେ, ଯାହାକି ବଣ୍ଡ ଗର୍ଲସଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

   Related Posts