ଏହି ଶିବଲିଙ୍ଗରେ ରହିଛି ଯୁଧିଷ୍ଠିରଙ୍କ ମରକତ ମଣି : ଛୁଇଁଲେ ବଧିରା ପଡ଼ିଯାଏ ହାତ

Published By : Prameya-News7 Bureau | March 04, 2019 IST

ଖଜୁରାହୋ ୪/୩ : ଖଜୁରାହୋରେ ଥିବା ଚନ୍ଦେଲକାଲିନ ମନ୍ଦିର ବିଶ୍ୱ ପ୍ରସିଦ୍ଧ | ଏହି ମନ୍ଦିର ୧୦୦ ବର୍ଷ ପୁରୁଣା | ଏହି ମନ୍ଦିରକୁ ୟୁନେସ୍କୋ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି | ଏଠାରେ ୮୫ଟି ମନ୍ଦିର ଥିବା ଐତିହାସିକ ପ୍ରମାଣ ରିହିଛି | କିନ୍ତୁ ଆଜି ୮୫ ମନ୍ଦିର ମଧ୍ୟରୁ ୨୫ଟି ମନ୍ଦିର ହିଁ ଦେଖିବାକୁ ମିଳୁଛି |

{"id":90575}

ଏହି ୮୫ଟି ମନ୍ଦିକ ମଧ୍ୟରୁ ଚନ୍ଦେଲକାଲିନର ରାଜାମାନଙ୍କ ପୂଜା ପାଠ ପାଇଁ କେବଳ ମତଙ୍ଗେଶ୍ୱର ମନ୍ଦିର  ନିର୍ମାଣ କରାଯାଇଥିଲା | ସେଠାରେ ଆଜି ମଧ୍ୟ ଧାର୍ମିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି | ମନ୍ଦିରର ପୂଜାରୀ କହିଛନ୍ତି ଯେ, ଏହି ମନ୍ଦିର ଚନ୍ଦେଲକାଲିନ ମନ୍ଦିରମାନଙ୍କ ମଧ୍ୟରୁ ସବୁଠାରୁ ପୁରୁଣା ମନ୍ଦିର | ଖଜୁରାହୋର ଅନ୍ୟ ମନ୍ଦିରମାନଙ୍କ ଭଳି ଏହି ମନ୍ଦିରର ମଧ୍ୟ ଇତିହାସ ଏବଂ କିଛି କିମ୍ବଦନ୍ତୀ ରହିଛି | 

{"id":90576}

ପ୍ରଚଳିତ କଥା ଅନୁସାରେ, ଶିବଲିଙ୍ଗରେ ମରକତ ମଣି ଥିବାରୁ ରାଜା ଚନ୍ଦ୍ରଦେବ ରାଜ୍ୟର ସୁରକ୍ଷା ପାଇଁ ଏକ ବ୍ୟବସ୍ଥା କରିଥିଲେ | ପୌରାଣିକ କଥା ଅନୁସାରେ, ଏହି ମରକତ ମଣି ଯୁଧିଷ୍ଠିରଙ୍କ ପାଖରେ ଥିଲା | ଏହି ମଣି ଏକ ମୂର୍ତ୍ତିରେ ଲାଗିଥିଲା | ଚନ୍ଦ୍ରଦେବ ଏହି ଶିବଲିଙ୍ଗରେ ମଣିକୁ ଦବେଇ ଦେଇଥିଲେ | ଯେଉଁଥିପାଇଁ ଏହି ଶିବଲିଙ୍ଗ ସବୁବେଳେ ଥଣ୍ଡା ହୋଇ ରହିଥାଏ | ଏହି ଶିବଲିଙ୍ଗକୁ ଭକ୍ତ ଆଲିଙ୍ଗନ କରିଥାନ୍ତି | ଆଲିଙ୍ଗନ କଲାବେଳେ ଭକ୍ତଙ୍କ ହାତ ବଧିରା ହୋଇଯିବା ଭଳି ଅନୁଭବ ହୋଇଥାଏ | ଏହି ଅନୁଭବ ହିଁ ଶିବଲିଙ୍ଗରେ ମରକତ ମଣି ଥିବାର ପ୍ରମାଣ ମିଳିଥାଏ |

{"id":90577}

କୁହାଯାଏ ଯେ, ଯୁଧିଷ୍ଠିରଙ୍କ ପାଖରେ ଏକ ମୂର୍ତ୍ତି ଥିଲା ଯେଉଁଥିରେ ମରକତ ମଣି ଥିଲା | ଯୁଧିଷ୍ଠିରଙ୍କ ଏହି ମୂର୍ତ୍ତିକୁ ଶିବଲିଙ୍ଗରେ ଦବେଇ ଦିଆଯାଇଥିଲା | ଶିବଲିଙ୍ଗକୁ ସ୍ପର୍ଶ କଲେ ଏହା ଅନୁଭୂତ ହୋଇଥାଏ | ଶିବରାତ୍ରି ଅବସରରେ ମତଙ୍ଗେଶ୍ୱର ମହାଦେବ ମନ୍ଦିରର ମହତ୍ୱ ଆହୁରି ଅଧିକ ବଢ଼ିଯାଇଥାଏ | ଶିବରାତ୍ରିରେ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ |

{"id":90579,"width":578,"height":433}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.