Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ଟଳିଲା ମସୁଦ ଅଜହରର ସହଯୋଗୀ ଲମ୍ବୁ

31/07/2021 at 4:48 PM

ଶ୍ରୀନଗର ୩୧/୭: ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫାଳତା ମିଳିଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି। ଏନେଇ କାଶ୍ମୀର ଜୋନ ପୋଲିସର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଜେମ୍‌ ସହ ସମ୍ପର୍କିତ ପାକିସ୍ତାନୀ ଆତଙ୍କବାଦୀ ଲମ୍ବୁର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଉଛି। ଆଇଜିପି କାଶ୍ମୀର ଏହି କାର୍ଯ୍ୟାନୁଷ୍ଠାନ ପାଇଁ ସେନା ଏବଂ ଅବନ୍ତିପୁରା ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଲମ୍ବୁ ଜୈଶର ପ୍ରତିଷ୍ଠାତା ମସୁଦ ଅଜହରର ସହଯୋଗୀ ଥିଲା। ୨୦୧୮ରେ ଲମ୍ବୁ ଅନ୍ତର୍ଜାତୀୟ ସୀମା ​‌ଡେଇଁ କାଶ୍ମୀର ଆସିଥିଲା। ତାହାର କୋଡ୍‌ ନାଁ ସୈଫୁଲ୍ଲା ଥିଲା। ଜୈଶ ନିଜର ବଡ଼ କମାଣ୍ଡରଙ୍କୁ କୋଡ୍‌ ଦେଇଥାଏ।

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ରହୁଥିବା ଅବୁ ସୈଫୁଲ୍ଲା ଓରଫ ଲମ୍ବୁ ୨୦୧୯ରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସାମିଲ ଥିଲା। ସେ ଆକ୍ରମଣ ପାଇଁ ବ୍ୟବହୃତ ଆଇଇଡି ତିଆରି କରିଥିଲା।

​‌

   Related Posts