Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଗୋଆ ବିଚ୍‌ରେ ଜେଲିଫିସ୍‌ ଆତଙ୍କ, ହସ୍ପିଟାଲ୍‌ ପହଞ୍ଚିଲେଣି ୯୦ ପର୍ଯ୍ୟଟକ

20/11/2020 at 5:58 PM

ପାନାଜୀ ୨୦/୧୧: ଗୋଆ ବିଚ୍‌ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଶସ୍ତା ଓ ସୁନ୍ଦର ସ୍ଥାନ ହୋଇଥିବାରୁ ଗୋଆ ବୁଲିଯିବାକୁ ଲୋକେ ବେଶ ପସନ୍ଦ କରନ୍ତି। କିନ୍ତୁ ଏବେ ଶସ୍ତାରୁ ହୀନସ୍ତା ହେବାକୁ ପଡ଼ିପାରେ। ଏବେ ଗୋଆ ବିଚ୍‌ରେ ଆତଙ୍କ ଖେଳାଇଛନ୍ତି ବିଷାକ୍ତ ଜେଲିଫିସ୍‌। ଏବେ ସୁଦ୍ଧା ୯୦ ଜଣଙ୍କୁ ଜେଲିଫିସ୍‌ ଦଂଶନ କରିସାରିଛି। ସେମାନେ ସମସ୍ତେ ଚିକିତ୍ସିତ ହେଉଛନ୍ତି। ଜେଲିଫିସ୍‌ ଦଳ ଗୋଆ ବିଚ୍‌ରେ ଘୂରି ବୁଲୁଥିବା ନେଇ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ବାଗା-କ୍ୟାଲେଂଗ୍ୟୁଟ୍‌ ବିଚ୍‌ରେ ୫୫ରୁ ଅଧିକ ଲୋକଙ୍କୁ ଜେଲିଫିସ୍‌ କାମୁଡ଼ିଥିବା ବେଳେ କ୍ୟାଣ୍ଡୋଲିମ୍‌ ବିଚ୍‌ରେ ୧୦ ଜଣଙ୍କୁ ଦଂଶିଛି ଜେଲିଫିସ୍‌। ସେହିଭଳି ଦକ୍ଷିଣ ଗୋଆରେ ଏଭଳି ୨୫ଟି ମାମଲା ସାମ୍ନାକୁ ଆସିଛି। ଜେଲିଫିସ୍‌ କାମୁଡ଼ିଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ପଡ଼ିଛି।

ଜେଲିଫିସ୍‌ କାମୁଡ଼ିବା ଫଳରେ ଶରୀରରେ ବ୍ୟଥା ଅନୁଭବ ହେବା ସହ କାମୁଡ଼ିଥିବା ଅଙ୍ଗ କିଛି କ୍ଷଣ ଅକାମୀ ହୋଇଯାଉଛି। କିଛି ସ୍ଥାନରେ ଜେଲିଫିସ୍‌ କାମୁଡ଼ିବାରୁ ବ୍ୟକ୍ତି  ସାମୂୟିକ ଭାବେ ବଧିର ହୋଇଯାଉଥିବା ଅଭିଯୋଗ ହୋଇଛି।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବାଗା ବିଚ୍‌ରେ ଏଭଳି ଘଟଣା ପରେ ସଂଗେସଂଗେ ଆମ୍ବୁଲାନ୍ସ ଡକାଯାଇଥିଲା। ଅକ୍ସିଜେନ୍‌ ଲଗାଇବା ପରେ ଲୋକଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଏମିତି ଏକ ଘଟଣାରେ ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ଶ୍ବାସକ୍ରିୟା କରିବାରେ କଷ୍ଟ ହୋଇଥିବା ଜଣାପଡ଼ିଛି।

   Related Posts