Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଣି ପାଇଁ ଗଣ୍ଡଗୋଳ, ଜେଜେ-ନାତିଙ୍କୁ ମରଣାନ୍ତକ ଆକ୍ରମଣ

30/08/2020 at 6:31 PM

ନୀଳଗିରି୩୦/୮:  ନଳକୂପରୁ ପାଣି ଆଣିବାକୁ ନେଇ ନାତି ଏବଂ ଜେଜେ ବାପାଙ୍କୁ ବାନ୍ଧି ନିସ୍ତୁକ ମାଡ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନ ଲାଗିଛି। ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁସାରେ ରେମୁଣା ବ୍ଲକ ଖନ୍ତାପଡା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିଖାପଦା ଗ୍ରାମର ରଘୁନାଥ ପୃଷ୍ଟି ସରକାରୀ ନଳକୂପରୁ ପାଣି ଆଣିବାକୁ ଯାଇଥିଲେ। ସେହି ଗ୍ରାମର ମହେନ୍ଦ୍ର ବାରିକ୍‌ ତାଙ୍କୁ ଗାଳି ଗୁଲଜ କରିବା ପାଣି ଆଣିବାକୁ ବାରଣ କରିଥିବା ସୂଚନା ମିଳିଛି।

ସେହି ସମୟରେ କାହିଁକି ଗାଳିଗୁଲଜ କରୁଛ ବୋଲି ରଘୁନାଥଙ୍କ ନାତି ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେନ୍ଦ୍ର ଏବଂ ତାଙ୍କ ପୁଅ ମିଶି ଜେଜେ ବାପା- ନାତି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଉଭୟଙ୍କୁ ଉଦ୍ଧାର କରି  ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏଥିସହ ରଘୁନାଥ ପୃଷ୍ଟି ଖନ୍ତାପଡାରେ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।

   Related Posts