ବିଶ୍ୱର ସବୁଠୁ ଧନୀ ନମ୍ବର ୱାନ୍ ଜେଫ୍ ବେଜୋସ୍

Published By : Prameya-News7 Bureau | July 17, 2018 IST

ଇତିହାସ କଲେ ଜେଫ୍ ବେଜୋସ୍ । ସେ ଧନୀ ନମ୍ବର ୱାନ୍ । କିନ୍ତୁ ବଡ କଥାଟି ହେଲା, ଆଧୁନୀକ ବିଶ୍ୱର ସବୁଠୁ ଧନୀ ଘୋଷିତ ହୋଇଛନ୍ତି ଆମାଜନ ଡଟ୍ କମ୍ ଇଙ୍କ୍ ମାଲିକ । ଜେଫ୍‌ଙ୍କ ସଂପତ୍ତିର ପରିମାଣ ୧୫୦ ବିଲିୟନ ଡଲାର । ଆଉ ତାହା ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀ ବିଲ୍‌ ଗେଟ୍ସଙ୍କ ଠୁ ଢେର୍ ବେଶି । ବ୍ଲୁମ୍‌ ବର୍ଗ ବିଲିୟନାରିଜ୍ ଇନଡେକ୍ସ ରିପୋର୍ଟ ଆନୁଯାୟୀ ଜେଫ ବେଜୋସ୍‌ଙ୍କ ସଂପତ୍ତିର ପରିମାଣ ଠୁ ମାଇକ୍ରୋ ସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଙ୍କ ସଂପତ୍ତିର ପରିମାଣ ପ୍ରାୟ ୫୫ ବିଲିୟନ ଡଲାର କମ୍ । ୫୪ ବର୍ଷୀୟ ଜେଫ୍ ବେଜୋସ୍ ୪୦ ବର୍ଷ ଭିତରେ ସବୁଠୁ ଧନୀ ବୋଲି ଜଣାଯାଇଛି । ବିଲ୍ ଗେଟ୍ସ ଦୀର୍ଘ ଦିନ ଧରି ବିଶ୍ବର ଧନୀ ନମ୍ବର ୱାନ ଥିଲେ । କିନ୍ତୁ ଇ କମର୍ଶ କମ୍ପାନୀ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍ ତାଙ୍କୁ ଟପିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.