Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଆମାଜନର ୩.୧ ବିଲୟନ ଡଲାରର ସେୟାର ବିକିଦେଲେ ଜେଫ୍ ବେଜୋସ୍, କାରଣ ଅସ୍ପଷ୍ଟ

6/08/2020 at 8:08 PM

ସିଏଟଲ:  ଆମାଜନର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ ବେଜୋସ୍ ଚଳିତ ସପ୍ତାହରେ କମ୍ପନୀର ୩.୧ ବିଲିୟନ ଡଲାରର ସେୟାର ବିକି ଦେଇଛନ୍ତି। ଆମେରିକା ପ୍ରତିଭୂତି ଓ ବିନିମୟ ଆୟୋଗ (ଏସଇସି) ଏ ନେଇ ଗୁରୁବାର ସୂଚିତ କରିଛନ୍ତି। ବୁଧବାର ଫୋର୍ବସର ସୂଚନା ଅନୁସାରେ କର ଓ ଅନ୍ୟାନ୍ୟ କାଟ୍ ପରେ ବିଶ୍ୱର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଜେଫ ବେଜୋସ୍‌ଙ୍କୁ ୨.୪ ବିଲିୟନ ଡଲାର ମିଳିଥିଲା। ତେବେ ଏହାର ଦିନକ ପରେ ମିଳିଥିବା ସୂଚନା ସମସ୍ତଙ୍କୁ ଚକିତ କରିଦେଇଛି।

ବେଜୋସ ତାଙ୍କ କମ୍ପାନୀର ସେୟାର କାହିଁକି ବିକିଲେ ତାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ସେୟାର ବିକ୍ରି ସମେତ ଚଳିତବର୍ଷ ପାଇଥିବା ଲାଭ ମିସାଇ ସେ ନଗଦ ୭.୨ ବିଲିୟନ ଡଲାର ସଂଗ୍ରହ କରିଛନ୍ତି। ସେ ୨୦୧୯ରେ କମ୍ପାନୀର ୨.୮ବିଲିୟନ ଡଲାରର ସେୟାର ବିକ୍ରି କରିଥିଲେ। ତେବେ ଗତବର୍ଷ ତୁଳନାରେ ସେ ଚଳିତବର୍ଷ କାଫି ଅଧିକ ସେୟାର ବିକ୍ରି କରିଛନ୍ତି।

ଏହି ସେୟାର ବିକ୍ରି ପରେ ମଧ୍ୟ ଆମାଜନରେ ତାଙ୍କର ୫.୪ କୋଟିରୁ ବି ଅଧିକ ସେୟାର ରହିଛି।  ଆମାଜନକୁ ଗତ ସପ୍ତାହରେ ଦ୍ୱିତୀୟ ତ୍ରୈମାସକର ଉତ୍ତମ ଫଳାଫଳ ମିଳିଥିଲା। ଏଣୁ ସେୟାର ବିକ୍ରିରୁ ବେଜୋସ ବିପୁଳ ଅର୍ଥ ପାଇଛନ୍ତି। ନିକଟରେ ବେଜୋସଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧ଲକ୍ଷ କୋଟି ଟଙ୍କା ବଢି ଯାଇଥିଲା। ଏଣୁ ବେଶ୍ ଚର୍ଚ୍ଚାକୁ ଆସିଥିଲେ ବେଜୋସ୍।

ତେବେ ବେଜୋସ ଏବେ ମଧ୍ୟ ବିଶ୍ୱର ଅଦ୍ୱିତୀୟ ଧନୀକ ଭାବେ ପରିଗଣିତ ହେଉଛନ୍ତି। ଯାହାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୯୦ ବିଲିୟନ ଡଲାରରୁ ବି ଅଧିକ। କରୋନା ମହାମାରୀ ଯୋଗୁ ଅନଲଇନ୍ ସପିଂର ଚାହିଦା ଢେର ବଢିଛି। ଏଣୁ ଏଥିରୁ ଆମାଜନର ଲାଭ ମଧ୍ୟ ବଢି ବଢି ଚାଲିଛି। ଯାହା ବେଜୋସଙ୍କୁ ବିଶ୍ୱର ୧ ନମ୍ବର ଧନୀକରେ ପରିଣତ କରିଛି।

   Related Posts