ନାସାକୁ ୨ବିଲିୟନ୍‌ ଡଲାର୍‌ ଅଫର୍‌ ଦେଲେ ଜେଫ୍‌ ବେଜୋସ, ଚନ୍ଦ୍ର ମିଶନ ପାଇଁ କିଣିବେ ରକେଟ୍‌

Published By : Prameya-News7 Bureau | July 27, 2021 IST

ୱାଶିଂଟନ୍‌, ୨୭/୦୭: କିଛିଦିନ ତଳେ ମହାକାଶ ଭ୍ରମଣ କରି ଫେରିଥିବା ବିଶ୍ୱର ପ୍ରଥମ ସ୍ଥାନରେ ଥିବା ଧନୀ ବ୍ୟକ୍ତି ତଥା ଆମାଜନ୍‌ର ସିଇଓ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋମବାର ସେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସାକୁ ଏକ ଅଫର୍‌ ଦେଇଛନ୍ତି । ୨ ବିଲିୟନ୍‌ ଡଲାର୍‌ ବିନିମୟରେ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌କୁ ଏକ ସ୍ପେସ୍‌କ୍ରାଫ୍ଟ ବା ମହାକାଶ ଯାନ ନିର୍ମାଣ କରିଦେବାକୁ ସେ ନାସାକୁ ଏହି ଅଫର୍‌ ଦେଇଛନ୍ତି । ଏହି ଯାନ ନାସା ଆଧୁନିକ କୌଶଳର ବ୍ୟବହାର କରି ପ୍ରସ୍ତୁତ କରିବ । ଯାହାକି ମହାକାଶଚାରୀଙ୍କୁ ଚନ୍ଦ୍ରରେ ପୁଣିଥରେ ପହଞ୍ଚାଇ ପାରିବ ।   

ନାସା ଏପ୍ରିଲ ମାସରେ ଏହାର ପ୍ରତିଦ୍ୱନ୍ଦ୍ୱୀ ବିଲିୟନେୟାର ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସ୍ପେସ୍ ଏକ୍ସକୁ ୨୦୨୪ ମସିହା ସୁଦ୍ଧା ଚନ୍ଦ୍ର ପୃଷ୍ଠକୁ ମହାକାଶଚାରୀଙ୍କୁ ପଠାଇବା ପାଇଁ ଏକ ମହାକାଶ ଯାନ ନିର୍ମାଣ ନିମନ୍ତେ ଚୁକ୍ତି ପ୍ରଦାନ କରିଥିଲା ।  ଏହି ମହାକାଶଯାନ ନିର୍ମାଣ ପାଇଁ ୨.୯ ବିଲିୟନ ଡଲାରରେ ସ୍ପେସ୍‌ ଏକ୍ସକୁ ବିଡ୍‌ ଦିଆଯାଇଥିଲା । ଏଥି ପାଇଁ ଆବେଦନ କରିଥିବା ବ୍ଲୁ ଅରିଜିନ୍ ଏବଂ ଡିଫେନ୍ସ କଣ୍ଟ୍ରାକ୍ଟର ଡାଇନେଟିକ୍ସର ବିଡ୍ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ବିଡ୍‌ରେ ବ୍ଲୁ ଅରିଜିନ୍, ଲକ୍ହିଡ୍ ମାର୍ଟିନ୍, ନର୍ଥ୍ରୋପ୍ ଗ୍ରୁମ୍ୟାନ୍ ଏବଂ ଡ୍ରାପର ସହ ପାର୍ଟନର୍‌  ହୋଇଥିଲା।

ସ୍ପେସ୍ ଏଜେନ୍ସିର ନିଜସ୍ୱ ପାଣ୍ଠି ଅଭାବ, ସ୍ପେସ୍ ଏକ୍ସର ମହାକାଶ ମିଶନ୍‌ରେ ସଫଳତାର ରେକର୍ଡ ଏବଂ ଅନ୍ୟ କିଛି ନିଷ୍ପତ୍ତିକୁ ଆଧାର କରି ସ୍ପେସ୍ ଏକ୍ସ ସହ ଏହି ଚୁକ୍ତି କରାଯାଇଥିବା ନାସାର ବରିଷ୍ଠ ଅଧିକାରୀ କ୍ୟାଥି ଲୁଏଡର୍ସ କହିବା ସହିତ ସରକାରଙ୍କ ପାଇଁ ଏହା ସର୍ବୋତ୍ତମ ମୂଲ୍ୟ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.