ଲୋକଙ୍କୁ ମହାକାଶ ବୁଲାଇବ ଏହି କମ୍ପାନୀ, ସିଟ୍ ପାଇଁ ହେବ ନିଲାମୀ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୮।୫: ବର୍ତ୍ତମାନ ଲୋକମାନେ ମହାକାଶ ଜଗତ ପାଇଁ ବେଶ ଆଗ୍ରହୀ । ଏହି ସମୟରେ ଆମେରିକୀୟ କମ୍ପାନୀ ବ୍ଲୁ ଅରିଜିନ୍ ର ମାଲିକ ଜେଫ୍ ବେଜୋସ୍ ନିଷ୍ପତ୍ତି ନେଇଛନ୍ତି ଯେ ସେ ସାଧାରଣ ଲୋକଙ୍କୁ ମହାକାଶକୁ ଯିବାର ସୁଯୋଗ ଦେବେ । ଜେଫ୍ ବେଜୋସ୍ଙ୍କ ବ୍ଲୁ ଅରିଜିନ୍ ଜୁଲାଇ ୨୦ରୁ ଲୋକଙ୍କୁ ମହାକାଶ ବୁଲାଇବାର ପ୍ରସ୍ତୁତି କରୁଛି ।

ସ୍ପେସ୍ ଡଟ୍ କମ୍ ର ଏକ ରିପୋର୍ଟ ଅନୁସାରେ ନ୍ୟୁ ଶେପର୍ଡ ରକେଟର ପ୍ରଥମ ଉଡାଣ ପାଇଁ ସିଟ୍ ନିଲାମ କରାଯିବ । ଏହି ନିଲାମରୁ ମିଳିଥିବା ଅର୍ଥ ବ୍ଲୁ ଅରିଜିନ୍ ର ଫାଉଣ୍ଡେସନ୍ କୁ ଦିଆଯିବ ଯାହା ଗଣିତ ଏବଂ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରିବ ।

କମ୍ପାନୀ ଜୁଲାଇ ୨୦ରେ ପ୍ରଥମ ଉଡାଣ ପାଇଁ ତାରିଖ ସ୍ଥିର କରିଛି । ଏହି ତାରିଖ ଚନ୍ଦ୍ରରେ କୌଣସି ମୁନୁଷ୍ୟ ପାଦ ଦେବାର ୫୨ ବର୍ଷ ହେବ । ୨୦ ଜୁଲାଇ ୧୯୬୯ରେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପ୍ରଥମ ଥର ପାଦ ଦେଇଥିଲେ । ଯଦିଓ କମ୍ପାନୀ ପ୍ରଥମ ଉଡାଣ ବିଷୟରେ ସୂଚନା ଦେବାବେଳେ କମ୍ପାନୀ ଏକଥା ଉଲ୍ଲେଖ କରିନାହିଁ ।

ବର୍ତ୍ତମାନ ଅନଲାଇନ୍ ନିଲାମରୁ ପାଇବାକୁ ଥିବା ଅର୍ଥ କମ୍ପାନୀର ଫାଉଣ୍ଡେସନକୁ ଦିଆଯିବ, ଯାହା ଫଳରେ ଗଣିତ ଏବଂ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ । ପ୍ରଥମ ଉଡାଣ ଅଧିନ ନିଲାମରେଲ ଯାତ୍ରୀଙ୍କୁ ୧୧ ମିନିଟର ଯାତ୍ରା ପାଇଁ ଗୋଟିଏ ସିଟ୍ ମିଳିବ । ତାଙ୍କୁ ପୃଥିବୀଠାରୁ ୧୦୦ କିଲୋମିଟର ଉପର ମହାକାଶକୁ ଯିବାର ସୁଯୋଗ ମିଳିବ ।

ରିପୋର୍ଟ ଅନୁସାରେ ଗ୍ରାହକଙ୍କୁ ୪ ଦିନର ଅନୁଭୂତି ମିଳିବ । ସେଥିମଧ୍ୟରୁ ୩ ଦିନିଆ ଉଡାଣ ପୂର୍ବରୁ ଟ୍ରେନିଂ ଦିଆଯିବ । ଏହି ଟ୍ରେନିଂ ଟେକ୍ସାସରେ ଥିବା କମ୍ପାନୀର ଲଞ୍ଚ ସାଇଟ୍ ରେ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ବ୍ଲୁ ଅରିଜିନ୍ ନିର୍ଦ୍ଦେଶକ ଏରିୟନ୍ କର୍ଣ୍ଣେଲ କହିଥିଲେ ଯେ କମ୍ପାନୀ ୧୫ଟି ରକେଟର ପରୀକ୍ଷଣ ଉଡାଣ ଏବଂ ୧୬ଟି କ୍ୟାପସୁଲ ଅବତରଣ କରିବା ପରେ ବର୍ତ୍ତମାନ ମହାକାଶ ଭ୍ରମଣ କରିବାକୁ ପ୍ରସ୍ତୁତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.