ଆଠଗଡରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଦିଆଗଲା ପୁରସ୍କାର

Published By : Prameya-News7 Bureau | November 03, 2021 IST

ଆଠଗଡ଼ ୦୩/୧୧: ବିଜୁ ଜନତା ଦଳ ପକ୍ଷରୁ ଟାଙ୍ଗୀ ଚୌଦ୍ୱାର ବ୍ଲକର ଅନ୍ତର୍ଗତ କଖଡି ଗ୍ରାମ ପଞ୍ଚାୟତ ପରିସରରେ ଓଡିଶା ମୋ ପରିବାର କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁଅ ଯୁବ ନେତା ଆଦିତ୍ୟ ପ୍ରତାପ ସ୍ବାଇଁ ମୂଖ୍ୟ ଅତିଥୀ ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ସ୍ଥାନୀୟ ସରପଞ୍ଚଙ୍କ ସହ ବିଜୁ ଜନତା ଦଳର ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛତାରଙ୍କ ସମେତ ସମସ୍ତ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.