ପୋଲିସ ଜିପ୍‌କୁ ଧକ୍କା ଦେଇ ଖସିଗଲା ଟ୍ରକ : ଜଣେ ମୃତ, ତିନି ଆହତ

Published By : Prameya-News7 Bureau | March 19, 2020 IST

ଢେଙ୍କାନାଳ ୧୯।୦୩ : ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ସଡକ ଦୁର୍ଘଟଣା । ଜିପ୍‌କୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ  କଟକ ସ୍ଥାନାନ୍ତରିତ କରାଯାଇଛି ।

{"id":240671,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ କରୋନା ସଚେତନତା କାର୍ଯ୍ୟକ୍ରମ ସାରି କଟକରୁ ଫେରୁଥିଲେ ଓଏସ୍‌ପି ଢେଙ୍କାନାଳ ଫାଷ୍ଟ ବାଟାଲିୟମନ୍‌ର ପୋଲିସ କର୍ମାଚାରୀ । ଜାତୀୟ ରାଜପଥ ଆନନ୍ଦନଗର ନିକଟରେ କମାଣ୍ଡର ଜିପ୍‌କୁ ଏକ ଟ୍ରକ ଧକ୍କା ଦେଇ ପଳାଇଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ଜଣେ ଡେପୁଟି ସୁବେଦାର ଭୀକାରି ଚରଣ ସେଠୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି ।

{"id":240673,"sizeSlug":"large"}

ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଥିବା ଓଏସ୍‌ପି କନେଷ୍ଟବଳ ହେଉଛନ୍ତି - ଅଶ୍ବିନୀ ରାଉତ,ରାଜେନ୍ଦ୍ର ବିଶ୍ବାଳ ଓ ହୃଷିକେଶ ସିଂ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗସ୍ତ ଜିପକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.