ଏଣିକି ଓଡିଆ ଭାଷାରେ ଆସିବ JEE ପ୍ରଶ୍ନପତ୍ର, ଚଳିତ ବର୍ଷଠାରୁ ହେବ ଲାଗୁ

Published By : Prameya-News7 Bureau | December 19, 2020 IST

ଭୁବନେଶ୍ବର ୧୯।୧୨: ଓଡିଆ ଭାଷାରେ ଆସିବ ଜେଇଇ ପ୍ରଶ୍ନପତ୍ର । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ଭାରତର ବିଭିନ୍ନ ଭାଷାରେ ଆସିବା ସହ ଓଡିଆରେ ମଧ୍ୟ ଉପଲବ୍ଧ ହେବ । ଓଡିଶାର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ସହମତି ପ୍ରକାଶ କରିଥିବା ନେଇ ସିଏମଓ ଓଡିଶା ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବ । ଚଳିତ ଥର ମୋଟ୍ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ଇଂରାଜୀ, ହିନ୍ଦୀ, ଓଡିଆ, ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଦୁ ଭାଷାରେ ଜେଇଇ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.