'JEE -NEET ପରୀକ୍ଷା ନଘୁଞ୍ଚିଲେ ଅତ୍ମହତ୍ୟା ସଂଖ୍ୟା ଅସମ୍ଭାଳ ହେବ': ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରି ଚିଠି ଲେଖିଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ, ୨୧|୦୮:  ଜେଇଇ-୨୦୨୦ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତୀ ମୋଦୀଙ୍କୁ ପତ୍ର ଲେଖିଛନ୍ତି । ଏହି ସବୁ ପରୀକ୍ଷା ଦିପାବଳି ପରେ ଆୟୋଜନ କରିବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିଟ୍ ଓ ଜେଇଇ ପରୀକ୍ଷା ଦୀପାବଳି ପରେ ଆୟୋଜନ ହେଉ । ଏନେଇ ସେ ଶିକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ ପରୀକ୍ଷା କେବେ ହେବ ତାହାର ତାରିଖ ସ୍ଥିର କରିବାର ଅଧିକାର ସରକାରଙ୍କୁ ଦେଇଛନ୍ତି । ଏହି କ୍ଷେତ୍ରରେ ପରୀକ୍ଷା ତାରିଖ ଘୁଞ୍ଚାଇବାରେ କୌଣସି ବାଧା ନାହିଁ ।

ସେ ଆହୁରି କହିଛନ୍ତି ଯେ, ଏବେ ଦେଶରେ ପରୀକ୍ଷା କରିବାର ମାହୋଲ ନାହିଁ । ମୁମ୍ବାଇରେ ଏବେ ଗମନାଗମନର ସୁବିଧା ନାହିଁ । ପିଲାମାନେ ପରୀକ୍ଷା କେନ୍ଦ୍ରରେ ପହଁଚିବା ପାଇଁ ୨୦,୩୦ କିମି ପାଦରେ ଚାଲିବେ । ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷାକୁ ଦୀପାବଳି ଯାଏଁ ଘୁଞ୍ଚାଇବା ଆବଶ୍ୟକ । ନହେଲେ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିବାର ଆଶଙ୍କା ଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସତର୍କ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.