ସ୍ଥଗିତ ହେଲା NEET, JEE ମେନ୍ ଓ JEE ଆଡଭାନ୍ସ ପରୀକ୍ଷା, ଆସିଲା ନୂତନ ତାରିଖ

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୦୩।୦୭: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଶୁକ୍ରବାର JEE ମେନ୍ ଓ NEET ୨୦୨୦ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ଗୁରୁବାର ମନ୍ତ୍ରୀଙ୍କ ଦ୍ଵାର ଗଠିତ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଦ୍ଵାରା ହୋଇଥିବା ସୁପାରିଶ ଆଧାରରେ କରାଯାଇଛି। ଏବେ ନୂତନ ତାରିଖ ଅନୁଯାୟୀ ଜେଇଇ ମେନ୍‌ର ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ହେବ। ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ ଏବଂ ନିଟ୍‌ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ।

wp:html /wp:html

ଏହା ପୂର୍ବରୁ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଗୁରୁବାର କହିଥିଲେ ଯେ, ନିଟ୍‌-ଜେଇଇ ପ୍ରବେଶିକା ପରୀକ୍ଷା ଆୟୋଜିତ କରିବା ପାଇଁ ଏକ ସମିତି ଗଠନ କରାଯାଇଛି। ନିଶଙ୍କ ଗୁରୁବାର ଟ୍ଵିଟ୍  କରି କହିଥିଲେ ଯେ, ଜେଇଇ ଓ ନିଟ୍ ପରୀକ୍ଷା ଦେବାକୁ ଥିବା ଛାତ୍ର ଏବଂ ଅଭିଭାବକଙ୍କ  ଅନୁରୋଧକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଅଧିକାରୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ କମିଟିକୁ ସ୍ଥିତିର ସମୀକ୍ଷା କରିବା ପାଇଁ କୁହାଯାଇଥିଲା। ତେଣୁ ପରୀକ୍ଷା ତାରିଖ ଘୁଞ୍ଚିବାର ସମ୍ଭାବନା ରହିଥିଲା।

ଉଲ୍ଲେଖନୀୟ, ଜେଇଇ ମେନ୍‌ ପରୀକ୍ଷା   ଜୁଲାଇ ୧୮ ରୁ ୨୩ ମଧ୍ୟରେ ଆୟୋଜନ ହେବାର ଥିଲା। ସେହି ପରି ନିଟ୍ ୨୦୨୦ ଜୁଲାଇ ୨୬ରେ ହେବାର ଥିଲା। କିନ୍ତୁ ଦେଶରେ କରୋନାର ଭୟାବହତାକୁ ଦେଖି ଛାତ୍ର ଏବଂ ଅଭିଭାବକ ପରୀକ୍ଷା ତାରିଖ ଘୁଞ୍ଚାଯାଉ ବୋଲି ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.