ଆସିଲା JEE, NEET ଗାଇଡ୍‌ଲାଇନ୍: ହାତରେ ଗ୍ଲୋଭ୍ସ, ସାଙ୍ଗରେ ପାଣି ବୋତଲ, ୬ ଫୁଟ୍ ଦୂରତାରେ ବସିବେ ପରୀକ୍ଷାର୍ଥୀ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: କରୋନା ମହାମାରୀ ମଧ୍ୟରେ ଚଳିତ ବର୍ଷ ଦେଶରେ ଜେଇଇ ଓ ନିଟ୍ ଆୟୋଜନ ହେବାକୁ ଯାଉଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଆୟୋଜିତ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରି ନେଇଛି। ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ଏନଟିଏ ଜେଇଇ ମେନ ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରିଛି। ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ଅଧିକାରୀ ଓ୍ଵେବ୍ସାଇଟ୍‌ରୁ ଡାଉନଲୋଡ୍ କରି ପାରିବେ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରାଯାଉଛି।

ହେଲେ ସୂତ୍ର ମୁତାବକ ଅଧିକାରୀ ଏହା ସୁନିଶ୍ଚିତ କରିଛନ୍ତି ଯେ, ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ। ସବୁ ବିରୋଧ ମଧ୍ୟରେ ଏନଟିଏ  ନିଟ୍ ଓ ଜେଇଇ ପରୀକ୍ଷା ପରିପ୍ରେକ୍ଷୀରେ ପରୀକ୍ଷାର୍ଥୀଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରିଛି।

ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ଏହି ସବୁ  ନିୟମ ପାଳନ କରିବାକୁ ପଡିବ। 

ପରୀକ୍ଷାର୍ଥୀଙ୍କୁ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ ରହିଛି।

ଏହା ସହିତ ପରୀକ୍ଷା କେନ୍ଦ୍ରକୁ ସାଙ୍ଗର ପାଣି ବୋଟଲ ଏବଂ ହ୍ୟାଣ୍ଡ ସାନିଟାଇଜର ଧରି ଆସିବାକୁ କୁହାଯାଇଛି।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଦ୍ଵାରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମର ବ୍ୟବସ୍ଥା ରହିବ।

ଯେଉଁ ପରୀକ୍ଷାର୍ଥୀଙ୍କ ତାପମାତ୍ରା ୩୭.୪ ସେଲସିୟସ/ ୯୯.୪ ଡିଗ୍ରୀ ଫାରେନହାଇଟ୍ ଥିବ ସେମାନଙ୍କ ପାଇଁ ଏହି ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି।

ପରୀକ୍ଷା କେନ୍ଦ୍ରରେ ସମସ୍ତ ଛାତ୍ର, ଡ୍ୟୁଟିରେ କାର୍ଯ୍ୟରତ କର୍ମଚାରୀ ସମସ୍ତଙ୍କୁ ସାମାଜିକ ନିୟମ ପାଳନ କରିବାକୁ ପଡିବ।

ସମସ୍ତ ଛାତ୍ରଙ୍କୁ ୬ ଫୁଟ୍ ଦୂରତା ରହିବାକୁ ପଡିବ।

ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ସେଲ୍ଫ ଡିକ୍ଲାରେସନ ଦେବାକୁ ପଡିବ ଯେ, ସେ କରୋନା ପଜିଟିଭ୍ ନୁହନ୍ତି ଏବଂ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନାହାନ୍ତି।

ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସାବୁନରେ ହାତ ଧୋଇବାକୁ ପଡିବ।

ସମସ୍ତ ଛାତ୍ରଙ୍କୁ ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ରର ମ୍ୟାପ୍ ହାଇପର ଲିଙ୍କ ମଧ୍ୟ ଦିଆଯିବ। ଯାହା ଫଳରେ ସେମାନଙ୍କୁ କେନ୍ଦ୍ରରେ ପହଞ୍ଚିବା ସହଜ ହେବ।

ପରୀକ୍ଷା ସମାପ୍ତ ହେବା ପରେ ସମସ୍ତ ପ୍ରାର୍ଥୀଙ୍କୁ କେବଳ ବ୍ୟବସ୍ଥିତ ପ୍ରକ୍ରିୟାରେ ବାହାରକୁ ଯିବାକୁ ଅନୁମତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.