Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

JEE Main ଟପ୍ପର ଗିରଫ : ପରୀକ୍ଷାରେ ଅନ୍ୟକୁ ବସାଇ ପାଇଥିଲେ ୯୯.୮%

29/10/2020 at 11:22 AM

ଗୁଆହାଟୀ ୨୯/୧୦: ଆସାମ ପୋଲିସ୍ JEE Main ପରୀକ୍ଷାରେ ଏକ ବଡ଼ ଠକାମିର ଖୁଲାସା କରିଛି। ପୋଲିସ୍ ଜେଇଇରେ ୯୯.୮% ପ୍ରତିଶତ ନମ୍ବର ସହ ଆସାମରେ ଟପ୍ କରିଥିବା ପରୀକ୍ଷାର୍ଥୀ ,ତାଙ୍କ ବାପା ଡାକ୍ତର ଜ୍ୟୋତିର୍ମୟ ଦାସ (ଗୁଆହାଟୀର ଜଣେ ଡାକ୍ତର) ଏବଂ ପ୍ରକ୍ସିର ବ୍ୟବସ୍ଥା କରିଥିବା ଅନ୍ୟ ୩ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ଜେଇଇ ଟପର ନୀଲ ନକ୍ଷତ୍ର ଦାସ ବିନା​‌ ପରୀକ୍ଷା ଦେଇ JEE Main ପରୀକ୍ଷାରେ ୯୯.୮% ହାସିଲ କରିଥିଲେ। ଅର୍ଥାତ୍ ନୀଲ ନକ୍ଷତ୍ର ଦାସ ସେପ୍ଟେମ୍ବର ୫ତାରିଖରେ ହୋଇଥିବା ପରୀକ୍ଷାରେ ଜଣେ ପ୍ରକ୍ସିର ଉପଯୋଗ କରିଥିଲେ। ଏହି ମାମଲାରେ ବାପା-ପୁଅ ସମେତ ହମେନ୍ଦ୍ର ନାଥ ସରମା,ପ୍ରାଞ୍ଜଲ୍ କଲିତା ଏବଂ ହୀରାଲାଲ ପାଠକ(ଗୁଆହାଟୀ ପରୀକ୍ଷା କେନ୍ଦ୍ର କର୍ମଚାରୀ)ଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଗୁଆହାଟୀର ମଥୁରା ନଗର ବାସିନ୍ଦା ମିତ୍ରଦେବ ଶର୍ମା ଅଜରା ପୋଲିସ୍ ଷ୍ଟେସନରେ JEE Main ଟପ୍ପର ବିରୋଧରେ ନିକଟରେ ଏକ ମାମଲା ରୁଜୁ କରିଥିଲେ। ପୋଲିସରେ ରୁଜୁ ହୋଇଥିବା ମାମଲାରେ କୁହାଯାଇଛି ଯେ ପ୍ରକ୍ସି ବ୍ୟବହାର ପାଇଁ JEE Main ଟପ୍ପରଙ୍କ ବାପା ଅନେକ ଟଙ୍କା ଖର୍ଚ୍ଚ କରିଥିଲେ।

ଏହି ମାମଲା ଆଧାରରେ ଅଜରା ପୋଲିସ୍ ତଦନ୍ତ ଆରମ୍ଭ କରିଛି। କେସ୍ ନମ୍ବର 624/2020 ମାମଲାରେ ଅଜରା ପୋଲିସ୍ ଆଇପିସିର ଧାରା 120(B)/419/420/406 ଏବଂ ଆଇଟି ଆକ୍ଟ R/W 66D ଅନୁସାରେ ମାମଲା ରୁଜୁ କରାଯାଇଛି।

   Related Posts