Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

୨୫ ଜୁଲାଇ ପୂର୍ବରୁ ଜେଇଇ ମେନ୍ସ ! ଆଗାମୀ ସପ୍ତାହରେ ହୋଇପାରେ ତାରିଖ ଘୋଷଣା

14/06/2021 at 11:20 PM

ନୂଆଦିଲ୍ଳୀ ୧୪/୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସହିତ ଅନେକ ରାଜ୍ୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ଛାତ୍ରଙ୍କ ଲକ୍ଷ ଏବେ ଜେଇଇ (ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ) ମେନ୍ସ ଏବଂ ନିଟ୍‌ ଉପରେ ରହିଛି । ଏବେ ମିଳୁଥିବା ସୂଚନା ଅନୁସା​‌ରେ ଜେଇଇ ମେନ୍ସର ବାତିଲ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏବେ ୨୫ ଜୁଲାଇ ପାଖାପାଖି ହୋଇପାରେ। ଅନ୍ୟପଟେ ଚତୁର୍ଥ ଚରଣର ପରୀକ୍ଷା ୧୫ ଅଗଷ୍ଟ ପୂର୍ବରୁ କରିବାର ଲକ୍ଷ୍ୟ ରହିଛି।

ଶିକ୍ଷା ମନ୍ତ୍ରାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜେଇଇ ମେନ୍ସ ଏବଂ ନିଟ୍‌ ପରୀକ୍ଷା ହେବା ପାଇଁ ପ୍ରସ୍ତୁତି ଚାଲିଛି। ପିଏମଓ ସ୍ତର​‌ରେ ଏହାର ପ୍ରେଜେଣ୍ଟେସନ୍‌ ମଧ୍ୟ ସରିଛି। କରୋନା ସଂକ୍ରମଣ ଆହୁରି କମିବା କ୍ଷଣି ପରୀକ୍ଷା ତାରିଖ ଘୋଷଣା ହୋଇଯିବ। ଏମିତି ମଧ୍ୟ କୁହାଯାଉଛି ଆଗାମୀ ସପ୍ତାହ ସୁଦ୍ଧା ତାରିଖ ଘୋଷଣା ହୋଇପାରେ। ଜେଇଇ ମେନ୍ସ କମ୍ପ୍ୟୁଟର ବେସ୍‌ଡ ହୋଇଥିବା ବେଳେ ଗୋଟିଏ ପର୍ଯ୍ୟାୟ ୩-୪ ଦିନ ହୋଇଥାଏ।

ଅନ୍ୟପଟେ ନିଟ୍‌ ପାଇଁ ମଧ୍ୟ ଏନଟିଏ ତତ୍ପରତା ପ୍ରକାଶ କରିଛି। ଏହା ପୂର୍ବରୁ ୧ ଅଗଷ୍ଟରେ ହେବାକୁ ଥିବା ପରୀକ୍ଷା ତାରିଖ ଆଗକୁ ବଢ଼ିପାରେ। ଏହାକୁ ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇପାରେ। ଏହାର ସମସ୍ତ ପରୀକ୍ଷା ପେନ୍‌ ପେପରରେ ହେଉଥିବା ବେଳେ ଗୋଟିଏ ଦିନରେ ହୋଇଥାଏ।

ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ହେବା ପଛରେ କରୋନା ସଂକ୍ରମଣ କମିବାକୁ ଲକ୍ଷ୍ୟରେ ରଖି ନିଆଯାଇଛି। ଏବେ ସଂକ୍ରମଣ ଯେଉଁଭଳି ଭାବେ ହ୍ରାସ ହେଉଛି ଗୋଟିଏ ମାସ ଭିତରେ ଏହା ଆହୁରି କମିପାରେ। ସେହିଭଳି ଜେଇ ମେନ୍ସ ଠାରୁ ଦୁଇ ଗୁଣ ଅଧିକ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥାନ୍ତି। ଗତବର୍ଷ ନିଟ୍‌ରେ ପାଖାପାଖି ୧୫ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

   Related Posts