ଘୁଞ୍ଚିଲା JEE Mains, ତୃତୀୟ ଏବଂ ଚତୁର୍ଥ ସେସନ୍‌ ମଧ୍ୟରେ ମାସେ ଅନ୍ତର, ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୭: ଜେଇଇ ମେନ୍‌ ୨୦୨୧ର ଚତୁର୍ଥ ସେସନ୍‌ ପରୀକ୍ଷା ଘୁଞ୍ଚିଲା। ଚତୁର୍ଥ ସେସନ ପରୀକ୍ଷା ୨୬, ୨୭ ଓ ୩୧ ଅଗଷ୍ଟ ଏବଂ ୧ ଓ ୨ ସେପ୍ଟେମ୍ବର​‌ରେ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

wp:embed {"url":"https://twitter.com/dpradhanbjp/status/1415656594256191491","type":"rich","providerNameSlug":"twitter","responsive":true,"className":""}
https://twitter.com/dpradhanbjp/status/1415656594256191491
/wp:embed

ଏହା ସହ ତୃତୀୟ ଏବଂ ଚତୁର୍ଥ ସେସନ ମଧ୍ୟରେ ୪ ସପ୍ତାହ (ଏକ ମାସ) ଅନ୍ତର ରଖିବାକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ପରାମର୍ଶ କରିଥିବା ମଧ୍ୟ ସେ ଲେଖିଛନ୍ତି। ସେସନ୍‌ ୪ ପାଇଁ ମୋଟ ୭.୩୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକରଣ କରିସାରିଛନ୍ତି। ଏବେ ପଞ୍ଜିକରଣ ଚାଲିଥିବା ବେଳେ ଏହି ତାରିଖକୁ ପୁଣି ୨୦ ଜୁଲାଇକୁ ଘୁଞ୍ଚାଇ ଦିଆଯିବ ବୋଲି ଜଣାପଡ଼ିଛି। 

wp:embed {"url":"https://twitter.com/dpradhanbjp/status/1415656596026249216","type":"rich","providerNameSlug":"twitter","responsive":true,"className":""}
https://twitter.com/dpradhanbjp/status/1415656596026249216
/wp:embed

ଏହା ପୂର୍ବରୁ ତୃତୀୟ ସେସନ ପରୀକ୍ଷା ୨୦ ଏବଂ ୨୫ ଜୁଲାଇରେ ହେବାକୁ ଥିବା ବେଳେ ଚତୁର୍ଥ ସେସନ୍‌ ପାଇଁ ୨୭ ଜୁଲାଇ ଏବଂ ୨ ଅଗଷ୍ଟ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି ପରୀକ୍ଷା କୋଭିଡ ପାଇଁ ଘୁଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.