ଆଜି ବାହାରିବ ଜେଇଇ ମେନ ରେଜଲ୍ଟ, ଏହି ୱେବସାଇଟ୍‌ରେ ପରୀକ୍ଷାର୍ଥୀ ଦେଖି ପାରିବେ ଫଳାଫଳ

Published By : Prameya-News7 Bureau | September 11, 2020 IST

ଭୁବନେଶ୍ଵର ୧୧।୦୯:  ଆଜି ବାହାରିବ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକ ପରୀକ୍ଷା(ଜେଇଇ)ର ମେନ ରେଜଲ୍ଟ। ଏନଟିଏ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପରିଣାମ ଘୋଷଣା କରିବ। ଏହା ପରେ ଛାତ୍ରଛାତ୍ରୀମାନେ jeemain.nta.nic.in ୱେବସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ। (JEE) Main ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ JEE (Advanced) ରେଜଲ୍ଟ ବାହାରି ପାରେ।

ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ। ଲକ୍‌ଡାଉନ୍ ଯୋଗୁଁ ପୂର୍ବୁ ପରୀକ୍ଷା ସ୍ଥଗିତ ହୋଇଥିଲା। ତେବେ ଚଳିତ ମାସ ପହିଲାରୁ ୬ ତାରିଖ ମଧ୍ୟରେ ସାରା ଦେଶରେ ୬ ଲକ୍ଷ ୩୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ୮୦ ରୁ ୮୫ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଜେଇଇ ମେନ ପରୀକ୍ଷା ଲାଗି ୮.୫୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ହେଲେ ସେଥିରୁ ୬ ଲକ୍ଷ ୩୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.