ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ତାରିଖ ଘୋଷଣା, ଜାଣନ୍ତୁ କେବେ ହେବ କେଉଁ ପରୀକ୍ଷା

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ ୫।୫: ଜେଇଇ ମେନ୍ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷା ଲାଗି ସାନି ତାରିଖ ଘୋଷଣା କରାଯାଇଛି । ଜୁଲାଇ ୧୮ରୁ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ତାରିଖରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏନେଇ ସୂଚନା ଦେଇଛନ୍ତି ।

{"id":264981,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସାରାଦେଶରେ ଲକ୍‌ ଡାଉନ୍‌ ବଳବତ୍ତର ଥିବାରୁ ପରୀକ୍ଷା ସ୍ଥଗିତ ରହିଥିଲା । ତେବେ ତାରିଖ ଘୋଷଣା ହେବା ପରେ ପରୀକ୍ଷାକୁ ନେଇ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଯେଉଁ ଅନିଶ୍ଚିତତା ରହିଥିଲା ତାହା ଦୂର ହୋଇଛି । ଦେଶର ଇଞ୍ଜିନିୟରିଂ କଲେଜଗୁଡିକରେ ନାମଲେଖା ପାଇଁ ଜେଇଇ ମେନ୍ସ ପରୀକ୍ଷା କରାଯାଉଥିବାବେଳେ ମେଡିକାଲ କଲେଜରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା (ନିଟ୍‌) ଅନୁଷ୍ଠିତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.