ଆଜିଠୁ ଜେଇଇ ମେନ୍ ପରୀକ୍ଷା ; ସାରା ଦେଶରେ ପରୀକ୍ଷା ଦେବେ ୯ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ

Published By : Prameya-News7 Bureau | January 08, 2019 IST

ଭୁବନେଶ୍ବର ୮|୧: ଆଜିଠୁ ଜେଇଇ ମେନ୍। ରାଜ୍ୟର ୯ ସହରରେ ପରୀକ୍ଷା ଦେବେ ୩୯ ହଜାର ପରୀକ୍ଷାର୍ଥୀ। ସାରା ଦେଶରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ୯ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ନେସନାଲ  ଟେଷ୍ଟିଂ ଏଜେନ୍ସି ଦ୍ବାରା ପରିଚାଳିତ ଏହି ପରୀକ୍ଷା ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସଡ୍  ଟେଷ୍ଟ ମୋଡ୍ ରେ ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶର ୨୭୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଦୁଇଟି ସେସନ୍ ରେ ପରୀକ୍ଷା ଅନୁଷ୍ଠିତ ହେବ। ଆଜି ପେପର୍ -୨ ଓ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ହେବ। ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଓଡ଼ିଶାର ୯ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ଆଜି ଟ୍ରେଡ୍  ୟୁନିୟନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଏହାର ପ୍ରଭାବ ପରୀକ୍ଷା ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.