Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

କମିବ ପରୀକ୍ଷାର୍ଥୀଙ୍କ ଚିନ୍ତା ! ଫେବୃଆରୀ ଆରମ୍ଭରୁ ୪ ଥର ହେବ JEE ମେନ୍‌ ପରୀକ୍ଷା

11/12/2020 at 6:55 PM

ନୂଆଦିଲ୍ଲୀ ୧୧/୧୨: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ ମେନ୍)କୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।  ୨୦୨୧ରେ ଜେଇଇ ମେନ୍‌ ପରୀକ୍ଷା ୪ ଥର ଅନୁଷ୍ଠିତ ହେବ। ଫେବୃଆରୀ ୨୦୨୧ରୁ ପ୍ରତିମାସ ପରୀକ୍ଷା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କରୋନା କାଳରେ ପରୀକ୍ଷାର୍ଥୀମାନଙ୍କ ହିତରେ ଫେବୃଆରୀ ୨୦୨୧ରୁ ମେ ପର୍ଯ୍ୟନ୍ତ ୪ ଥର ପରୀକ୍ଷା କରାଯିବ।

ଗୁରୁବାର ବୋର୍ଡ ଓ କମ୍ପିଟିଟିଭ୍‌ ପରୀକ୍ଷା ସମ୍ପର୍କରେ ଶିକ୍ଷାର୍ଥୀ ଓ ଅଭିଭାଭକଙ୍କ ସହ ଆଲୋଚନା ବେଳେ ଏନେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ।   ପରୀକ୍ଷାର୍ଥୀଙ୍କ ଚାପ କମ୍‌ କରିବା ପାଇଁ ସେମାନଙ୍କୁ ଆସନ୍ତାବର୍ଷ ୧/୨/୩/୪ ଥର ସୁଯୋଗ ଦେବାକୁ ସ୍ଥିର ହୋଇଛି। ପ୍ରତି ମାସରେ ଥରେ ପରୀକ୍ଷା ହେବ। ତେବେ ପରୀକ୍ଷାର୍ଥୀ ସମସ୍ତ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଯଦି ଜଣେ ପରୀକ୍ଷାର୍ଥୀ ଏକାଧିକ ଥର ପରୀକ୍ଷା ଦେବେ ତେବେ ତାଙ୍କ ଭଲ ହୋଇଥିବା ପରୀକ୍ଷାକୁ ହିସାବରେ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଗତବର୍ଷ ଭଳି ଚଳିତବର୍ଷ ଜେଇଇ ସିଲାବସ୍‌ ସମାନ ରହିବ।  ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥ୍‌ମେଟିକ୍ସରୁ ୨୫ ମାର୍କ ଲେଖାଏଁ ପ୍ରଶ୍ନ ପଡ଼ିବାକୁ ଥିବା ବେଳେ ଅନ୍ୟ ଏକ ପେପରରେ ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥ୍‌ମେଟିକ୍ସରୁ ୩୦ ମାର୍କ ଲେଖାଏଁ ପ୍ରଶ୍ନ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

   Related Posts