Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଆସନ୍ତା ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍, ଆଡମିଟ୍ କାର୍ଡ ଜାରି କଲା ଏନଟିଏ

12/03/2021 at 9:05 AM

ଭୁବନେଶ୍ୱର,୧୨/୦୩: ମାର୍ଚ୍ଚ ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ଏହା ୧୮ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଶୁକ୍ରବାର ଆଡମିଟ୍‌ କାର୍ଡ ଜାରି କରାଯାଇଛି । ପରୀକ୍ଷା କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ୍‌ ବା ସିବିଟି ମୋଡ୍‌ରେ ହେବ ବୋଲି ସୂଚନା ମିଳିଛି ।

ଓଡ଼ିଶାରେ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ, କଟକ, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ସମେତ ୧୭ଟି ସହରର ୮୫ଟି କେନ୍ଦ୍ରରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ସେହିପରି ଦେଶ ଓ ବିଦେଶରେ ୩୩୧ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ଏନ୍‌ଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରିସର ସୂଚନା ଦେଇଛନ୍ତି ।

ତେବେ ଛାତ୍ରଛାତ୍ରୀମାନେ ନିଜର ଆବେଦନ ଫର୍ମର ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ଡ. ପରାସର କହିଛନ୍ତି । jeemain.nta.nic.inରୁ ଡାଉନ୍‌ଲୋଡ୍‌ ସମୟରେ ଅସୁବିଧା ହେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଯେଉଁମାନେ ଏକାଧିକ ବାର ଆବେଦନ କରିଛନ୍ତି, ସେମାନଙ୍କ ଆଡମିଟ୍‌ କାର୍ଡ ରଦ୍ଦ କରାଯାଇଛି । ସେହି ଛାତ୍ରଛାତ୍ରୀମାନେ ଏନ୍‌ଟିଏକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଡାକରେ ଆଡମିଟ୍‌ କାର୍ଡ ଆସିବନି ବୋଲି ସ୍ପଷ୍ଟ କରାଯାଇଛି।

ଅପରପକ୍ଷେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ । ପ୍ରାର୍ଥୀମାନେ ପରିଚୟ ପ୍ରମାଣ (ଭୋଟର୍‌ ଆଇ କାର୍ଡ଼/ଆଧାର କାର୍ଡ଼/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ) ସମେତ ଆତ୍ମଘୋଷଣା ଫର୍ମ (ସେଲ୍ଫ ଡିକ୍ଲାରେସନ୍‌ ଫର୍ମ) ମଧ୍ୟ ନେଇ ଆସିବେ । ନଚେତ୍‌ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । ସେହିପରି କରୋନା କଟକଣା କଡ଼ାକଡ଼ି ମାନିବା ନେଇ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।

   Related Posts