ଜେଇଇ ମେନ୍ ରେଜଲ୍ଟ ପ୍ରକାଶିତ, ସୌରଭ ସୌମ୍ୟକାନ୍ତ ଦାସ ଓଡିଶା ଟପ୍ପର

Published By : Prameya-News7 Bureau | January 18, 2020 IST

ନୂଆଦିଲ୍ଲୀ ୧୮।୧: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ସୌରଭ ସୌମ୍ୟକାନ୍ତ ଦାସ ଓଡିଶାର ଟପ୍ପର ହୋଇଛନ୍ତି । ସେ ୯୯ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୯ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ସେମାନଙ୍କ ମଧ୍ୟରେ ଦିଲ୍ଲୀର ନିଶାନ୍ତ ଅଗ୍ରୱାଲ ଅଛନ୍ତି । ସେହିଭଳି ଗୁଜରାଟ ଓ ହରିଆଣାରୁ ଜଣେ ଲେଖାଏଁ ଏବଂ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ରାଜସ୍ଥାନରୁ ୨ ଜଣ ଲେଖାଏଁ ଅଛନ୍ତି ।

ବିଇ/ବିଟେକ୍‌-୨୦୨୦ ବର୍ଷ ପାଇଁ ଗତ ଜାନୁଆରୀ ୭ ଓ ୯ ତାରିଖ ମଧ୍ୟରେ ଦୁଇଟି ସିଫ୍ଟରେ ଦେଶ ବିଦେଶର ୨୩୩ ସହରର ୫୭୦ଟି ପରୀକ୍ଷାକେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ୯ଲକ୍ଷ ୨୧ ହଜାର ୨୬୧ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ୮ଲକ୍ଷ ୬୯ ହଜାର ୧୦ ଜଣ ପରୀକ୍ଷା ଦେଇଥିଲେ । ୮ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଜେଇଇର ମେନ୍‌ ୱେବସାଇଟ୍‌ jeemain.nta.nic.in ଓ jeemain.nic.in ଫଳାଫଳ ଦେଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.