ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ, ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଟପ୍ପର

Published By : Prameya-News7 Bureau | June 14, 2019 IST

ନୂଆଦିଲ୍ଲୀ ୧୪|୬: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ । ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ୩୭୨ରୁ ୩୪୬ ନମ୍ବର ରଖି କାର୍ତ୍ତିକେୟ ଟପ୍ପରହୋଇଛନ୍ତି । ଆହ୍ଲାବାଦର ହିମାଂଶୁ ସିଂ ଦ୍ବିବେଦୀ ଓ ଦିଲ୍ଲୀର ଅର୍ଚ୍ଚିତ ବୁବନା ତୃତୀୟ ସ୍ଥାନରେ ଅଛନ୍ତି । ଏଥିରେ ରାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ସାରା ଦେଶରେ ଥିବା ୨୨ଟି ଆଇଆଇଟିର ୧୧ ହଜାର ୨୭୯ ସିଟ୍ ରେ ନାମ ଲେଖାଇପାରିବେ । ପୂର୍ବରୁ ଜେଇଇ ମେନ୍ ପରୀକ୍ଷାରେ ଶ୍ରେଷ୍ଠ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ତେବେ ସେମାନଙ୍କୁ ମଧ୍ୟରୁ ୧ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡ଼ିଶା କଥା ବିଚାର କଲେ, ମୋଟ ୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପରୀକ୍ଷା ଦେଇଥିଲେ ୩ ହଜାର ୨୬୧ ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.