Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

7/01/2021 at 6:15 PM

 ଭୁବନେଶ୍ବର୭/୧: ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ଘୋଷଣା। ୭୫ ପ୍ରତିଶତ ମାନଦଣ୍ଡକୁ ହଟାଇ ଦିଆଯାଇଛି। ଆଇଆଇଟି ଗଡଗପୁର ଏହାର ଆୟୋଜନ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଏ ସଂପର୍କରେ ସୂଚନା ଦେଇଛନ୍ତି।

କେନ୍ଦ୍ର ଶିକ୍ଷା  ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଘୋଷଣା କରିଛନ୍ତି ଯେ, ଜେଇଇ ଆଡଭାନ୍ସ ପରୀକ୍ଷା ୨୦୨୧ ଜୁଲାଇ ୩ରେ ଆୟୋଜନ  କରାଯିବ। ଏଥିସହ ଆଇଆଇଟିରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା ୭୫ ପ୍ରତିଶତ ମାର୍କ ସିଷ୍ଟମକୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷାର ଆୟୋଜନ ଆଇଆଇଟି ଖଡଗପୁର ଦ୍ଵାରା କରାଯିବ।

ଜେଇଇ ଆଡଭାନ୍ସ ପରୀକ୍ଷା ଜରିଆରେ ଦେଶର ପ୍ରତିଷ୍ଠିତ ୨୩ ଆଇଆଇଟି ସଂସ୍ଥାନରେ ପ୍ରବେଶ ମିଳିଥାଏ। ଜେଇଇ ମେନ୍‌ରେ ଭଲ ରାଙ୍କ ରଖୁଥିବା ଛାତ୍ର-ଛାତ୍ରୀଙ୍କୁ ଜେଇ ଆଡଭାନ୍ସ ଦେବାକୁ ସୁଯୋଗ ମିଳେ।

ଗତ ମାସରେ ଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୧ରେ ଜେଇଇ ମେନ ପରୀକ୍ଷା ଚାରୋଟି ପର୍ଯ୍ୟାୟରେ ଆୟୋଜିତ ହେବ। ଏହି ଚାରୋଟି ପର୍ଯ୍ୟାୟ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଅନୁଷ୍ଠିତ ହେବ। ଜେଇଇ ମେନ୍ ପରୀକ୍ଷାର ପ୍ରଥମ ସେସନ ଫେବୃଆରୀ ୨୬ରୁ ଫେବୃଆରୀ ୨୬ମଧ୍ୟରେ କରାଯିବ।

   Related Posts