ଅଗଷ୍ଟ ୨୩ରେ ଜେଇଇ ଆଡଭାନ୍ସ ପରୀକ୍ଷା, HRD ମନ୍ତ୍ରୀଙ୍କ ବଡ ଘୋଷଣା

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭।୦୫: ସମସ୍ତ କଳ୍ପନା ଜଳ୍ପନା ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି ୨୦୨୦ ଅଗଷ୍ଟ ୨୩ରେ JEE Advance Exam ଆୟୋଜିତ ହେବ। ଏହା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣରେ କେନ୍ଦ୍ର ମନ୍ତ୍ରୀ ଜେଇଇ ମେନ୍ ଓ ନିଟ୍‌ ପରୀକ୍ଷାର ତାରିଖ ଘୋଷଣା କରିଥିଲେ।

ଜେଇଇ ମେନ୍‌ ପରୀକ୍ଷାର ଆୟୋଜନ ଜୁଲାଇ ୧୮ରୁ ଜୁଲାଇ ୨୩ ମଧ୍ୟରେ ଆୟୋଜିତ ହେବାକୁ ଥିବା ବେଳେ ନିଟ୍‌ ପରୀକ୍ଷା ଜୁଲାଇ ୨୬ରେ ହେବ। ତାରିଖ ଘୋଷଣା ହେବା ପରେ ଏବେ ଛାତ୍ରଙ୍କ ମଧ୍ୟରେ ପରୀକ୍ଷା ନେଇ ମନରେ ଥିବା ସଂଶୟ ଦୂର ହୋଇଛି। ଛାତ୍ର ବର୍ତ୍ତମାନ ନିଜର ପ୍ରସ୍ତୁତି ଠିକ୍ ଭାବେ କରି ପାରିବେ।

wp:core-embed/twitter {"url":"https://twitter.com/ANI/status/1258377350661566464?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258377350661566464\u0026ref_url=https%3A%2F%2Fhindi.news18.com%2Fnews%2Fcareer%2Fbig-breaking-by-hrd-minister-ramesh-pokhriyal-nishank-jee-advance-examination-will-be-conducted-on-23-august-2020-3091072.html","type":"rich","providerNameSlug":"twitter","className":""}
https://twitter.com/ANI/status/1258377350661566464?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258377350661566464&ref_url=https%3A%2F%2Fhindi.news18.com%2Fnews%2Fcareer%2Fbig-breaking-by-hrd-minister-ramesh-pokhriyal-nishank-jee-advance-examination-will-be-conducted-on-23-august-2020-3091072.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ପାଖାପାଖି ୨.୫ ଲକ୍ଷ ଛାତ୍ର ଜେଇଇ ମେନ୍  ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏବେ ଏହି ଘୋଷଣା ଛାତ୍ରଙ୍କୁ ବଡ ଆଶ୍ଵସ୍ତି ଦେଇଛି। ଦେଶରେ କରୋନା ସଂକ୍ରମଣ କାରଣରୁ ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ କରାଯାଇଥିଲା। ମାତ୍ର ଧିରେ ଧିରେ ପରୀକ୍ଷାର ତାରିଖ ଘୋଷଣା କରାଯାଉଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଛାତ୍ରଙ୍କୁ ପ୍ରବେଶ ପରୀକ୍ଷା ଦେବାକୁ ଅନ୍ୟ ସହର ଯିବାକୁ ପଡିବ ନାହିଁ। କାରଣ ପରୀକ୍ଷାର୍ଥୀଙ୍କୁ ନିଜର ସୁବିଧା ମୁତାବକ ପରୀକ୍ଷା କେନ୍ଦ୍ର ଚୟନ କରିବାର ବିକଳ୍ପ ଦିଆଯିବ। ଜେଇଇ ମୁଖ୍ୟ ପ୍ରବେଶିକା ପରୀକ୍ଷା ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଶୈକ୍ଷେଣିକ କାର୍ଯ୍ୟକ୍ରମର ପ୍ରବେଶିକା ପରୀକ୍ଷାରେ ଏହି ସୁବିଧା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.