Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜେ.ଇ.ଇ ଆଡଭାନ୍ସ ସର୍ବ ଭାରତୀୟ ପରୀକ୍ଷାରେ ୨ ଭାଇଙ୍କ କମାଲ: ଓଡିଶା ପାଇଁ ଆଣିଲେ ଗୌରବ, ଜଣେ ପ୍ରଥମ ସ୍ଥାନ ଅନ୍ୟ ଜଣେ ତୃତୀୟ ସ୍ଥାନ

5/10/2020 at 8:55 PM

କଣ୍ଟାବାଞ୍ଜି୫/୧୦: ଜେ.ଇ.ଇ ଆଡଭାନ୍ସ ସର୍ବ ଭାରତୀୟ ପରୀକ୍ଷାରେ ରେକର୍ଡ କରିଛନ୍ତି ଗୋଟିଏ ପରିବାରର ୨ ଭାଇ। କଣ୍ଟାବାଞ୍ଜିର ଏହି ଦୁଇଭାଇ ଓଡିଶା ପାଇଁ ଗୌରବ ଆଣିଛନ୍ତି। ସର୍ବ ଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ର‌୍ୟାଙ୍କରେ ଥିବାବେଳେ ତାଙ୍କ ସାନ ଭାଇ ମନ୍ଥନ ଡାଲମିଆ ୧୦୦ ନମ୍ବର ର‌୍ୟାଙ୍କ ରହିଛନ୍ତି। ଯଦି ଓଡିଶାରେ କଥା କହିବା ତେବେ ରୋନକ ପ୍ରଥମେ ସ୍ଥାନରେ ଅଛନ୍ତି। ସେହିପରି ମନ୍ଥନ ତୃତୀୟ ସ୍ଥାନରେ ଅଛନ୍ତି।

ପରିବାରରେ ଏବେ ଖୁସିର ଲହରୀ ଖେଳି ଯାଇଛି। ଦୁଇ ଭାଇ ପରୀକ୍ଷାରେ ଭଲ କରିଥିବା ଯୋଗୁଁ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ରୌହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟ୍ୟୁସନ ଏବଂ କୋଚିଂରେ ସେମାନେ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଲକଡାଉନ ସମୟରେ ଲୋକେ ବାହରକୁ ବାହାରିବା ବାରଣ ଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଭାଇ ଘରେ ରହି କେବଳ ନିଜ ପଢାରେ ଧ୍ୟାନ ଦେଇଥିଲେ।

ଦୁଇ ଭାଇ ଛଡିଶଗଡ ରାୟପୁରରେ ପରୀକ୍ଷା ଦେଇଥିଲେ। ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ବେଳେ ଅନ୍ୟ ଜଣେ ଭାଇ କମ୍ପ୍ୟୁଟର ବିଜ୍ଞାନ ପଢ଼ିବାକୁ ଇଚ୍ଛୁକ ଅଛନ୍ତି। ଦୁଇ ଭାଇଙ୍କ ଏହି ସଫଳତାକୁ ନେଇ କଂଟାବାଞ୍ଜି ସହରବାସୀ ବେଶ ଖୁସିଥିବା ବେଳେ ଆଗକୁ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ପୁର୍ବରୁ କଂଟାବାଞ୍ଜି ସହରରେ ୬ ଜଣ ସିଭିଲ ସର୍ଭିସରେ ଭଳ ର‌୍ୟାଙ୍କ ରଖି କଂଟାବାଞ୍ଜିର ସୁନାମ ଅର୍ଜନ କରିଥିଲେ।

   Related Posts