Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶ, ୭୩ ରାଙ୍କ ସହ ଶିବାଶିଷ ରାଉତ ଓଡ଼ିଶାର ଟପ୍ପର

5/10/2020 at 2:11 PM

ନୂଆଦିଲ୍ଲୀ ୦୫।୧୦: ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶ ପାଇଛି । ଜେଇଇ ଆଡଭାନ୍ସ୍ ୨୦୨୦ରେ କମନ୍ ରାଙ୍କ୍ ଲିଷ୍ଟରେ ଚିରାଗ ଫାଲୋର ୧ନମ୍ବରରେ ରହିଛନ୍ତି । ସେ ୩୫୨ନମ୍ବର ହାସଲ କରିଛନ୍ତି । ଚିରାଗ ଆଇଆଇଟି ବମ୍ବେ ଜୋନରେ ପରୀକ୍ଷା ଦେଇଥିଲେ । ଆଇଆଇଟି ରୁର୍କି ଜୋନର କନିଷ୍କା ମିତ୍ତଲ ୧୭ ନମ୍ବର ରାଙ୍କରେ ରହି ଛାତ୍ରୀମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୯୬ ନମ୍ବର ମଧ୍ୟରୁ ୩୧୫ ନମ୍ବର ହାସଲ କରିଛନ୍ତି।

ସେହିଭଳି କମନ୍ ରାଙ୍କ୍ ଲିଷ୍ଟରେ ୭୩ ନମ୍ବର ସହିତ ଶିବାଶିଷ ରାଉତ ଓଡ଼ିଶାରୁ ଶୀର୍ଷରେ ରହିଛନ୍ତି। ଅଫିସିଆଲ ୱେବସାଇଟ୍ jeeadv.ac.in ରେ ଅନଲାଇନରେ ଫଳାଫଳ ଯାଞ୍ଚ କରିହେବ । ଜେଇଇ ଆଡଭାନ୍ସଡ ୨୦୨୦ ପରୀକ୍ଷା ପ୍ରାୟ ୧.୫ ଲକ୍ଷ ଛାତ୍ର-ଛାତ୍ରୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୪୩ ହଜାର ୨୦୪ ଜଣ ଛାତ୍ର-ଛାତ୍ରୀ ପାସ୍ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର-ଛାତ୍ରୀମାନେ ଜେଓଏସଏଏ କାଉନସେଲିଂ ପାଇଁ ପଞ୍ଜୀକୃତ ହେବେ ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେବ ।

   Related Posts