Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସ୍ବରେଜ୍ ଲାଇନରେ ଫସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଜନସ୍ବାସ୍ଥ୍ୟ ବିଭାଗ ଜେଇ ନିଲମ୍ବିତ

20/04/2021 at 4:41 PM

କଟକ ୨୦।୪: ସ୍ବରେଜ୍ ଲାଇନରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଜନସ୍ବାସ୍ଥ୍ୟ ବିଭାଗ ଜେଇ ନିଲମ୍ବିତ । ଜେଇଙ୍କୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଠିକା ସଂସ୍ଥା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ନିଷ୍ପତ୍ତି ନିଆଯାଇଛି । ମୃତକଙ୍କ ପରିବାରକୁ ଜନସ୍ବାସ୍ଥ୍ୟ ବିଭାଗ କ୍ଷତି ପୂରଣ ରାଶି ଦେବ ।

ସେପଟେ ଉକ୍ତ ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିଥିଲେ । ଆସନ୍ତା ତାରିଖ ପୂର୍ବରୁ କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ, ସିଏମସି କମିଶନର ଘଟଣା ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମୃତକଙ୍କ ପରିବାରକୁ ଭେଟିବା ଲାଗି ସୋମବାର ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ଅପ୍ରେଲରେ କଟକ ସିଡିଏ ସେକ୍ଟର ୧୦ରେ ଘଟିଥିଲା ଅଘଟଣ । ସ୍ବରେଜ୍ ଲାଇନରେ କାମ କରୁଥିବା ବେଳେ ୨ ଜଣ ଶ୍ରମିକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ।

   Related Posts