ଲାଞ୍ଚ ନେଇ ଗିରଫ ହେଲେ ଜେଇ
23/10/2019 at 10:20 PM

ପୁରୀ ୨୩ । ୧୦ – ଭିଜିଲାନ୍ସ ପଞ୍ଝାରେ ଜେଇ। ବିଲ ପାସ କରାଇଦେବା ନାଁରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁରୀ ସଦର ବ୍ଲକ ଜେଇ ଗଗନ ବିହାରୀ ବିନ୍ଧାଣୀ।
ଗତ ୬ ମାସ ପୂର୍ବେ ପୁରୀ ସଦର ଅର୍ନ୍ତଗତ ସମଙ୍ଗ ଗ୍ରାମର କଣ୍ଟ୍ରାକ୍ଟର ଜନ୍ମଞ୍ଜେୟ ବାରିକ ଏକ କଲ୍ୟାଣ ମଣ୍ତପ ନିର୍ମାଣ ପାଇଁ ଟେଣ୍ତର ନେଇଥିଲେ। ତେବେ ଏହି ମଣ୍ତପ ନିର୍ମାଣ ଶେlଷ ହେବା ପରେ ଗଗନ ବିହାରୀ ବିଲ୍ ପାସ କରାଇବା ନାଁରେ ତାଙ୍କୁ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ଏନେଇ ଜନ୍ମଞ୍ଜେୟ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।
ଭିଜିଲାନ୍ସ ଡ଼ିଏସପି ହରନାରାୟଣ ପତି ଏକ ଟିମ୍ ଗଠନ କରି ପୁରୀ ବସଷ୍ଟାଣ୍ତ ଆଉଟଗେଟ ନିକଟରେ ଥିବା ଗଗନ ବିହାରୀଙ୍କ ଘରେ ଚଢ଼ଉ କରିଥିଲେ। ଗଗନଙ୍କ ପାଖରୁ ୯ ଟି ବ୍ୟାଙ୍କ ପାସବୁକ୍ ୪ ହଜାର ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା କହିଛନ୍ତି ଭିଜିଲାନ୍ସ ଡ଼ିଏସପି।