ଜେଡିୟୁ ନେତା କହିଲେ ଲୋକଙ୍କୁ ପ୍ରଧାନମନ୍ତ୍ରୀ କରିବାର ସ୍ୱପ୍ନ ଦେଖାନ୍ତି ପ୍ରଶାନ୍ତ କିଶୋର, ହେଲେ ନିଜେ ଜାଣନ୍ତିନି ଜିତାନ୍ତି କିଏ

Published By : Prameya-News7 Bureau | June 29, 2021 IST

ପାଟନା ୨୯।୬: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଉପରେ ବର୍ଷିଛନ୍ତି ଜନତା ଦଳ ୟୁନାଇଟେଡ (ଜେଡିୟୁ)  ଜାତୀୟ ସଭାପତି ଆର.ସି.ପି.ସିଂହ। ଏକଦା ନିର୍ବାଚନ ବୈତରଣୀ ପାର ହେବା ଲାଗି ଜେଡିୟୁ ପ୍ରଶାନ୍ତ କିଶୋରଙ୍କ ଶରଣାପନ୍ନ ହୋଇଥିଲା। ତେବେ ବିଚାରଗତ ବିଭେଦ ଯୋଗୁ ପ୍ରଶାନ୍ତ ଜେଡିୟୁ ଛାଡିଥିବା ବେଳେ ପଶ୍ଚିମବଙ୍ଗରେ ମମତାଙ୍କୁ ମହା ବିଜୟ ଦେଇଛନ୍ତି। ହେଲେ ପଡୋଶୀ ରାଜ୍ୟରେ ପ୍ରଶାନ୍ତ ଖେଳ ଏବେ ହଜମ ହେଉନି ବିହାର ଶାସକ ଦଳଙ୍କୁ। ଜେଡିୟୁ ସଭାପତି ପ୍ରଶାନ୍ତ କିଶୋର ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖାନ୍ତି,ହେଲେ ସେ ନିଜେ ଜାଣନ୍ତିନି ଜିତାନ୍ତି କିଏ ବୋଲି କହିଛନ୍ତି ସିଂହ ।

{"id":473256,"width":836,"height":469,"sizeSlug":"large","linkDestination":"none"}

ସିଂହ କହିଛନ୍ତି ଯେ ନିର୍ବାଚନ ଜଣେ ବ୍ୟକ୍ତି ନୁହେଁ କି ଗଣତନ୍ତ୍ର ଚଳାଇବା କୌଣସି କମ୍ପାନୀ ଚଳାଇବ ଭଳି ନୁହେଁ। ହେଲେ ଅସଲ ବାସ୍ତବତା ସେ ଜାଣନ୍ତିନି ବୋଲି କହିଛନ୍ତି। ନିର୍ବାଚନରେ ହାର ବା ଜିତ ଜନତାଙ୍କ ଉପରେ ନିର୍ଭର କରେ। ଜନତା ହିଁ ନେତା ଓ ଦଳକୁ ସେହି ସ୍ଥାନରେ ପହଞ୍ଚାନ୍ତି ସେମାନେ ଯେଉଁଠି ଚାହାନ୍ତି। ହୁଏତ କୌଣସି ଦଳକୁ ଲୋକେ ଅଗ୍ରାହ୍ୟ କରିଦେଇପାରନ୍ତି ଅଥବା ଅପାର ସଫଳତା ଦେଇଥାନ୍ତି ବୋଲି ସିଂହ କହିଛନ୍ତି।

{"id":473257,"sizeSlug":"large","linkDestination":"none"}

ବିହାର, ବେଙ୍ଗଲ ହେଉ ଅଥବା ତାମିଲନାଡୁ ସବୁଠି ଜନତା ହିଁ ସରକାର ନିର୍ବାଚିତ କରିଛନ୍ତି। କେଉଁଠି ହେଲେ ନିର୍ବାଚନ ରଣନୀତିକାର କୌଣସି ଦଳକୁ ନିର୍ବାଚନରେ ଜିତାଇ ନାହାନ୍ତି ବୋଲି କହିଛନ୍ତି। ତେବେ ବେଙ୍ଗଲରେ ମମତାଙ୍କ ତୃତୀୟ ବାର ମହାବିଜୟ ପ୍ରଶାନ୍ତଙ୍କ ରଣନୀତି ଯୋଗୁ ସମ୍ଭବ ହୋଇଥିବା ଏବେ ତୃଣମୂଳ ନିଜେ କହୁଛି। ଗତ ବେଙ୍ଗଲ ବିଧାନସଭା ନିର୍ବାଚନ କାଳରେ ବିଜେରି ରାଜ୍ୟରେ ୨ ଅଙ୍କ ନିଶ୍ଚିତ ପାଇବ ହେଲେ ସରକାର ଗଢିପାରିବନି ବୋଲି ପ୍ରଶାନ୍ତ କିଶୋର କହିଥିଲେ। ନିର୍ବାଚନ ଫଳାଫଳ ମଧ୍ୟ ସମାନ ଆସିଛି। ବିଜେପି ୨ ଅଙ୍କ ଆଗକୁ ଯାଇ ପାରିନଥିବା ବେଳେ ବିରୋଧୀ ଦଳରେ ବସିବାକୁ ବାଧ୍ୟ ହୋଇଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.