ଜିମ୍ ଟ୍ରେନର ସହ ଜେଡିୟୁ ନେତାଙ୍କ ପତ୍ନୀଙ୍କ ସହ ଥିଲା ଅବୈଧ ସମ୍ପର୍କ: ଜୀବନରେ ମାରିଦେବାକୁ ଦେଇଥିଲେ ସୁପାରୀ, ଦମ୍ପତି ଗିରଫ

Published By : Prameya-News7 Bureau | September 23, 2021 IST

ପାଟନା ୨୩/୦୯ : ପାଟନାରେ ରବିବାର ଦିନ ଜିମ ଟ୍ରେନର ବିକ୍ରମ ସିଂହଙ୍କ ଉପରକୁ ଫାଇରିଙ୍ଗ ହୋଇଥିଲା। ପଚରାଉଚୁରା ପରେ ଗୁରୁବାର ଦିନ ପୋଲିସ ଜେଡିୟୁ ନେତା ଓ ଡାକ୍ତର ରାଜୀବ କୁମାର ସିଂହ ଓ ତାଙ୍କ ପତ୍ନୀ ଖୁଶବୁ ସିଂହଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ପୋଲିସକୁ ଜିମ ଟ୍ରେନର ଓ ଖୁଶବୁଙ୍କ ଫଟୋ ମିଳିଥିଲା ଯେଉଁଥିରେ ଦୁହେଁ ଏକାସାଙ୍ଗେ ଗାଡିରେ ବୁଲୁଥିବା ନଜର ଆସିଛନ୍ତି।

କଲ ରେକର୍ଡରୁ ଜଣାପଡିଛି ଯେ ବିକ୍ରମ ଓ ଖୁଶବୁ ୯ ମାସ ମଧ୍ୟରେ ୧୧୦୦ ଥର ମୋବାଇଲରେ କଥା ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଯୋଗୁଁ ବିକ୍ରମ ଉପରକୁ ଫାଇରିଙ୍ଗ ହୋଇଛି। ପୋଲିସ କହିଛି ଯେ ବିକ୍ରମକୁ ରାସ୍ତାରୁ ହଟାଇବାକୁ ୩ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିଲା। କିନ୍ତୁ ଗୁଳି ବାଜିବା ସତ୍ତ୍ୱେ ବିକ୍ରମଙ୍କ ଜୀବନ ବଞ୍ଚିଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ଭର୍ତ୍ତି ଅଛନ୍ତି।

ରାଜୀବ ପୂର୍ବରୁ ଜେଡିୟୁ ମେଡିକାଲ ସେଲର ରାଜ୍ୟ ଉପାଧ୍ୟକ୍ଷ ଥିଲେ। ହତ୍ୟାକାଣ୍ଡରେ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ପାଟନା ଏସଏସପି କହିଛନ୍ତି ଖୁବ ଶୀଘ୍ର ମାମଲା ସମ୍ପର୍କରେ ସବୁ ତଥ୍ୟ ଗଣମାଧ୍ୟମ ସହ ସେୟାର କରାଯିବ।

ସୂଚନା ଅନୁଯାୟୀ, ଶନିବାର ସକାଳେ ବିକ୍ରମଙ୍କ ଉପରକୁ କିଛି ଅଜଣା ଅପରାଧୀ ଗୁଳି ଚଳାଇଥିଲେ। ସେତେବେଳେ ସେ ଜିମ ଯାଉଥିଲେ। ପୋଲିସ କହିଛି ଯେ ନିଜ ଉପରେ ହୋଇଥିବା ହମଲା ପାଇଁ ବିକ୍ରମ ଡାକ୍ତର ରାଜୀବ ଓ ତାଙ୍କ ପତ୍ନୀଙ୍କୁ ଦୋଷ ଦେଇଥିଲେ। ବିକ୍ରମଙ୍କ ବୟାନ ପରେ ପୋଲିସ ରହିବ ଓ ଖୁଶବୁଙ୍କୁ ହାଜତକୁ ପଚରାଉଚୁରା କରିଥିଲା ଓ ପରେ ଛାଡି ଦେଇଥିଲା। ଯାଞ୍ଚରୁ ଜଣାପଡିଥିଲା ଯେ ବିକ୍ରମ ଓ ଖୁଶବୂ ଚଳିତ ବର୍ଷ ଜାନୁଆରୀରୁ ପରସ୍ପରକୁ ଜାଣିଛନ୍ତି ଓ ୯ ମାସ ମଧ୍ୟରେ ୧୧୦୦ ଥର ମୋବାଇଲରେ କଥା ହୋଇଛନ୍ତି।

ଡ.ରାଜୀବ, ବିକ୍ର ଓ ଖୁଶବୁଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏଥିରେ ଦମ୍ପତି ବିକ୍ରମଙ୍କୁ ଗମ୍ଭୀର ପରିଣାମ ଭୋଗିବା ନେଇ ଧମକ ଦେଉଥିବା ଶୁଣିବାକୁ ମିଳିଛି। କଥାବାର୍ତ୍ତା ବେଳେ ଦମ୍ପତ୍ତି କିଛି ଟଙ୍କା କାରବାର କଥା ମଧ୍ୟ କହିଛନ୍ତି। ଅଡିଓ ପ୍ରାୟ ୩ ମାସ ପୁରୁଣା ବୋଲି କୁହାଯାଉଛି। ବିକ୍ରମଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ବିକ୍ରମଙ୍କ ଉପରକୁ ହମଲା ହୋଇଥିଲା ଓ ସେ ବଞ୍ଚି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.