Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଜେଡିୟୁ ସାଧାରଣ ସଂପାଦକ କେସି ତ୍ୟାଗୀଙ୍କ ପୁଅ ବିଜେପିରେ ସାମିଲ୍, ଟ୍ରମ୍ପ ଓ ନୀତିଶ କୁମାରଙ୍କ ପାଇଁ କରି ସାରିଛନ୍ତି କାମ

5/12/2021 at 4:31 PM

ଲକ୍ଷ୍ନୌ ୦୫।୧୨: ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ଜାତୀୟ ସାଧାରଣ ସଂପାଦକ କେସି ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ରବିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ଓ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ପାର୍ଟି କାର୍ଯ୍ୟାଳୟରେ ଅମରିଶ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଅମରିଶ ତ୍ୟାଗୀ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ମ୍ୟାନେଜମେଣ୍ଟ ସମ୍ଭାଳି ସାରିଛନ୍ତି। ବିଜେପିରେ ଯୋଗ ଦେବା ପରେ ତ୍ୟାଗୀ କହିଛନ୍ତି, ତାଙ୍କ ପରିବାରରେ ଗଣତାନ୍ତ୍ରିକ ବ୍ୟବସ୍ଥା  ରହିଛି ଏବଂ ସେ ଯେ କୌଣସି ଦଳରେ ଯୋଗ ଦେଇ ପାରିବେ।

ଅମରିଶ ତ୍ୟାଗୀ କହିଛନ୍ତି, ତାଙ୍କ ବାପା କେସି ତ୍ୟାଗୀ ଏନଡିଏ ସହଯୋଗୀ ଦଳର ନେତା। ବାପାଙ୍କ ସାମାଜିକ ବିଚାରଧାରା ଓ ବିଜେପିର ହିନ୍ଦୁତ୍ଵ ଉପରେ ସେ କହିଛନ୍ତି, ଗୋଟିଏ ପରିବାରରେ ଅଲଗା ଅଲଗା ବିଚାରଧାରା ରହିପାରେ। ବିଜେପିର କାମ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀଙ୍କ ନେତୃତ୍ଵ ମୋତେ ଦଳରେ ଯୋଗ ଦେବାକୁ ପ୍ରେରଣା ଦେଇଛି।

ନିର୍ବାଚନ ପ୍ରବନ୍ଧକ ଅମରିଶ ତ୍ୟାଗୀଙ୍କ ମତରେ ବିଜେପି ନିର୍ବାଚନ ପ୍ରଚାରରେ ସବୁଠୁ ଆଗରେ ଏବଂ ତାଙ୍କ ଦଳ ପାଖାପାଖି କୌଣସି ବିରୋଧୀ ଦଳ ନାହାନ୍ତି। ନିର୍ବାଚନ ଲଢିବା ପ୍ରଶ୍ନରେ ସେ କହିଛନ୍ତି ପାର୍ଟି  ମୋତେ ଯାହା ଦାୟିତ୍ଵ  ଦେବ ତାହା ହିଁ କରିବି। ଅନ୍ୟ କୌଣସି ଅଲଗା ଆଶା ରଖିନଥିବା ଅମରିଶ କହିଛନ୍ତି।

ଟ୍ରମ୍ପଙ୍କ ପାଇଁ କରିଛନ୍ତି କାମ

୪୩ ବର୍ଷୀୟ ରାଜନୈତିକ ରଣନୀତିକାର ଅମରିଶ ତ୍ୟାଗୀ ଓଭଲିନୋ ଇଣ୍ଟେଲିଜେନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରବନ୍ଧ ନିର୍ଦ୍ଦେଶକ(ଏମଡି) ଅଛନ୍ତି। ଓବିଆଇ କମ୍ପାନୀ ଅନେକ ରାଜନୈତିକ ଦଳ ପାଇଁ ନିର୍ବାଚନୀ ରଣନୀତି, ମିଡିଆ ପ୍ରବନ୍ଧକ ଏବଂ ରାଜନୈତିକ ପରାମର୍ଶଦାତା  ଭାବେ କାମ କରିଥାଏ। ଏହି କମ୍ପାନୀ ନୀତିଶ କୁମାରଙ୍କ ପାଇଁ ବିଧାନସଭା  ନିର୍ବାଚନରେ କାମ କରିଛି। ଏପରିକି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିର୍ବାଚନୀ ରଣନୀତି ଉପରେ କାମ କରିଛନ୍ତି।

   Related Posts