Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିହାର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଜେଡିୟୁ

5/10/2020 at 11:43 AM

ପାଟନା ୦୫/୧୦ : ବିହାର ଉପନିର୍ବାଚନ ୨୦୨୦ ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର ୨୮ ତାରିଖରେ ହେବ। ଏଥିପାଇଁ ଏନଡିଏର ପ୍ରମୁଖ ଦଳ ଜେଡିୟୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ମୋକାମାରୁ ରାଜୀବ ଲୋଚନକୁ ଟିକେଟ୍ ଦେଇଛି। ସୂର୍ଯ୍ୟଗଡ ବିଧାନସଭା କ୍ଷେତ୍ରରେ ରମାନନ୍ଦ ମଣ୍ଡଳଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନରେ ଜେଡିୟୁ ଯେଉଁ ପ୍ରାର୍ଥୀମାନଙ୍କୁ ଟିକେଟ ଦେଇଛି ତାଙ୍କ ଦଳ ପ୍ରମୁଖ ନୀତିଶ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି।  ଜନତା ଦଳ ୟୁନାଇଟେଡ୍ ତାରାପୁରରୁ ମେବାଲାଲଙ୍କୁ ତିକ୍ତ ଦେବାକୁ ନିଷ୍ପତ୍ତି ନେଇଛି। ବରବିଘା ବିଧାନସଭା କ୍ଷେତ୍ରରୁ ସୁଦର୍ଶନଙ୍କୁ ପ୍ରାର୍ଥୀ ଘୋଷିତ କରିଛି। ଝାଝାରୁ ଦାମୋଦର ରାୱତ, କରଗହରରୁ ବଶିଷ୍ଠ ସିଂ ଏବଂ ଜଗଦୀଶପୁରରୁ କୁସୁମ ଲତା କୁଶୱାଙ୍କୁ ଟିକେଟ ମିଳିଛି। ଆଗିଆଭରୁ ପ୍ରଭାସ ରାମ ଏବଂ ଧୋରିଆର ମନୀଷ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି।

ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଜେଡିୟୁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ସୋମବାର ଦିନ ବିହାର ବିଜେପି ମଧ୍ୟ ପ୍ରାର୍ଥୀର ତାଲିକା ଜାରି କରିପାରେ। ଏ ସମ୍ବନ୍ଧରେ ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ବୈଠକ ଚାଲିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବୈଠକ ଚାଲିଛି। ବୈଠକରେ ବି.ଏଲ୍ ସାନ୍ତୋଶ, ସୌଦାନ ସିଂ, ଦେବେନ୍ଦ୍ର ଫଡନାଭିସ୍, ଭୁପେନ୍ଦ୍ର ଯାଦବ, ନିତ୍ୟାନନ୍ଦ ରାୟ, ସଞ୍ଜୟ ଜୟସୱାଲ, ସୁଶୀଲ ମୋଦୀ, ପ୍ରେମ କୁମାର, ରାଧା ମୋହନ ସିଂ, ପ୍ରେମ କୁମାର ମଧ୍ୟ ଉପସ୍ଥିତ ଅଛନ୍ତି।

   Related Posts