ଭିମସାରରେ ଜେଡିଏର ଆନ୍ଦୋଳନ ସ୍ଥଗିତ ; କାର୍ଯ୍ୟରେ ଯୋଗଦେଲେ ଜୁନିଅର ଡାକ୍ତର

Published By : Prameya-News7 Bureau | December 08, 2018 IST

ସମ୍ବଲପୁର ୦୮|୧୨: ସମ୍ବଲପୁର ଭୀମ୍‌ସାରରେ ଜେଡିଏ ଚଳାଇଥିବା ଆନ୍ଦୋଳନ ସ୍ଥଗିତ । ନିର୍ଦ୍ଦେଶକଙ୍କୁ ଛୁଟିରେ ଯିବା ପାଇଁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ ।  ଦିନ ୨ଟାରୁ  ଜୁନିଅର ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି। ନିର୍ଦ୍ଦେଶକଙ୍କ ମନମାନି ବିରୋଧରେ ନଭେମ୍ବର ୧୯ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ  ଜୁନିଅର ଡାକ୍ତର ।

ସେପଟେ ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀ ଆଜି ସୋ କଜ୍ ନୋଟିସର ଉତ୍ତର ରଖିବେ । ଅନ୍ୟପଟେ ପ୍ରଫେସର ପ୍ରକାଶନନ୍ଦ ମହାପାତ୍ରଙ୍କୁ ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରି ବାଧ୍ୟତାମୂଳକ ଛୁଟିରେ ଯିବା ପାଇଁ ପୂଜାହାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ଏହା ପୂର୍ବରୁ ଅଶ୍ବିନୀ ପୂଜାହାରୀ ଶୁକ୍ରବାର ସର୍ଜରୀ ବିଭାଗର ଇନ୍ ଚାର୍ଜ ପଦବୀରୁ ନିଜ ଆଡ଼ୁ ଓହରି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.