ଶୁଣିଲାନି ପ୍ରଶାସନ, ଆଇନ୍ ହାତକୁ ନେଲେ ସ୍ଥାନୀୟବାସିନ୍ଦା ! ପୋଡିଦେଲେ ଟ୍ରାକ୍ଟର-ଜେସିବି-ଟ୍ରିପର

Published By : Prameya-News7 Bureau | August 22, 2020 IST

ଗଞ୍ଜାମ ୨୨।୦୮: ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁରୁରେ ଏକ ଅଭାଵନୀୟ ଘଟଣା ଘିଟିଛି । ନଦୀରୁ ବେଆଇନ ବାଲିଉଠାଣ ଦିନ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ । କିନ୍ତୁ ପ୍ରଶାସନ ଯେପରି ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ସମୟ ନାହିଁ । ଶେଷରେ ବାଧ୍ୟ ହୋଇ ସ୍ଥାନୀୟଲୋକେ ଆଇନ୍‌କୁ ହାତକୁ ନେଇଥିବା ସୂଚନା ମିଳିଛି । ବେଆଇନ୍‌ ବାଲି ଉଠାଣରେ ନିୟୋଜିତ ଥିବା ଟ୍ରାକ୍ଟର, ଟିପର, ଜେସିବିକୁ କେହି ପୋଡ଼ି ଦେଇଛନ୍ତି । କିନ୍ତୁ ବର୍ତ୍ତମନ ପର୍ଯ୍ୟନ୍ତ କିଏ ପୋଡିଛି , ତାହା ସ୍ପଷ୍ଟ ହୋଇନାହିଁ ।

{"id":318317,"sizeSlug":"large"}

ସୂଚନାଯୋଗ୍ୟ ଯେ, କୋଳିଦାସପୁରୁରେ ଅଞ୍ଚଳରେ ଗତକିଛି ହେଲା ବେଆଇନ୍‌ ବାଲି ଉଠାଣ ଜାରି ରହିଛି । ଯାହାକୁ ନେଇ ସ୍ଥାନୀୟଲୋକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କିନ୍ତୁ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ପାଖରେ ସମୟ ନାହିଁ । ଆଲପୁରୁ, ସିକିରି, କୋଳିଦାସପୁରୁ ଅଞ୍ଚଳରେ ଏପରି ବେଆଇନ୍‌ ବାଲି ଚୋରା ଚାଲାଣ ଚାଲୁ ରହିଛି । ତେବେ ଏପରି ବେଆଇନ୍‌ ବାଲି ଉଠାଣ ଦ୍ୱାରା ଯୋଗୁଁ ନଦୀ ଗର୍ଭ ନଷ୍ଟ ହେଉଥିବାର ମଧ୍ୟ ସ୍ଥାନୀୟଲୋକ ଅଭିଯୋଗ କରୁଛନ୍ତି । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କୋଳିଦାସପୁରୁରେ ନଦୀକୂଳରେ ବାଲି ଚୋରାଚାଲାଣରେ ନିୟୋଜିତ ଥିବା ଟ୍ରାକ୍ଟର, ଜେସିବି ଏବଂ ବାଇକ୍‌ରେ କେହି ନିଆଁ ଲଗାଇଦେଇଛନ୍ତି । ଯାହାଫଳରେ କି ସମସ୍ତ ଗାଡି ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଓ କାହିଁକି ନିଆଁ ଲଗାଇଛି । ତାହା ସ୍ପଷ୍ଟ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.