Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପଥର ଖଣିରେ ଅଘଟଣ, ପଥରରେ ଚାପି ହୋଇ ଜେସିବି ଡ୍ରାଇଭରଙ୍କ ମୃତ୍ୟୁ ସନ୍ଦେହ

15/11/2021 at 11:06 AM

ନୟାଗଡ ୧୧: ପଥର ଖଣିରେ ଅଘଟଣ । ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୁଆଣିଆଠାରେ ଥିବା ଏକ କ୍ରସରରେ ଘଟିଛି ଅଘଟଣ । ମୃତକ ହେଲେ କଟକ ଜିଲ୍ଲା ନରସିଂହପୁର ଓଡସିଙ୍ଗା ଗାଁର ସୁଶାନ୍ତ ଦାସ ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୁଆଣିଆଠାରେ ଫୋଟେନ ଇଣ୍ଡିଆ ନାମରେ ଏକ କ୍ରସର କାମ କରୁଛି । କ୍ରସର ନିକଟରେ ଥିବା ପାହାଡରୁ ପଥର ଫୁଟାଇଥାଏ କମ୍ପାନୀ  । ସୁଶାନ୍ତ ଏହି କ୍ରସରରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସୋମବାର ଭୋରରୁ ସୁଶାନ୍ତ ଜେସିବିରେ ଏକ ବଡ ପଥରକୁ ଖସାଉଥିବା ବେଳେ ପଥରଟି ଜେସିବି ଉପରେ ପଡିଯିବାରୁ ଘଟଣାସ୍ଥଳରେ ଚାପି ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ପରିବାର ଏବଂ ସ୍ଥାନୀୟ ଲୋକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସେଠାରେ ବେଆଇନ ଭାବେ ପଥର ଫୁଟାଯାଉଥିବା ଅଭିଯୋଗ ହୋଇଛି । ପ୍ରକୃତରେ ସୁଶାନ୍ତଙ୍କ ମୃତ୍ୟୁ ପଥର ପଡି ହୋଇଛି ନା ବ୍ଲାଷ୍ଟିଂ ଯୋଗୁଁ ହୋଇଛି ତାକୁ ନେଇ ପରିବାର ଲୋକେ ସନ୍ଦେହରେ ଅଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts