ବେଆଇନ ମୋରମ ଚାଲାଣ ବେଳେ ଚଢାଉ, ଜେସିବି ମେସିନ ସହ ହାଇୱା ଜବତ

Published By : Prameya-News7 Bureau | June 25, 2021 IST

ଚଣ୍ଡିଖୋଲ ୨୫।୬: ବେଆଇନ ମୋରମ ଚାଲାଣ ବେଳେ ଯାଜପୁର ଜିଲ୍ଲା ବୈରୀ ପୋଲିସର ଚଢ଼ାଉ । ଜେସିବି ମେସିନ ସହ ହାଇୱା ଜବତ ।

{"id":471059,"width":751,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ବାଘୁଆ ମୌଜାରେ ଦୀର୍ଘ ଦିନ ଧରି ବେଆଇନ ମୋରମ ଚାଲାଣ ହେଉଥିଲା । କୌଣସି ଲିଜ ନଥାଇ ଏଠାରୁ ମେସିନ ସାହାଯ୍ୟରେ ମୋରମ ଉତ୍ତୋଳନ କରି ଟ୍ରକ୍ ଟ୍ରକ୍ ମୋରମ ଅନ୍ୟତ୍ର ଚାଲାଣ ହେଉଥିଲା । ଏ ନେଇ ବୈରୀ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନକୁ ଜବତ କରିବା ସହ ଗୋଟିଏ ହାଇୱାକୁ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ଦୁଇ ଜଣକୁ ଅଟକ ରଖିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.