Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ମଙ୍ଗ ଧରିବେ ଜୟରାମ ଠାକୁର, ପାର୍ଟି ବୈଠକରେ ନିଷ୍ପତ୍ତି

19/06/2021 at 2:53 PM

ଶିମଲା ୧୯।୬: ହିମାଚଳ ପ୍ରଦେଶ ବିଜେପି ୨୦୨୨ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ଲଢିବ। ରାଜ୍ୟ ବିଜେପିର ୩ ଦିବସୀୟ କନକ୍ଲେଭରେ ଏହି ନିଷ୍ପତ୍ତି ହୋଇଛି। ତେବେ ନିର୍ବାଚନ ଲାଗି ରାଜ୍ୟ ସଙ୍ଗଠନ ଅଥବା ସରକାରରେ କୌଣସି ପର୍ବର୍ତ୍ତନ କରାଯିବ ନାହିଁ। ଏହାର ଏବେ କୌଣସି ଆବଶ୍ୟକତା ମଧ୍ୟ ନଥିବା ପାର୍ଟି ସ୍ପଷ୍ଟ କରିଦେଇଛି।

କନକ୍ଲେଭ ପରେ ମୁଖ୍ୟମନ୍ତ୍ରୀ ଠାକୁର ଗଣମାଧ୍ୟମକୁ ଭେଟିଥିଲେ। ଏଥିରେ ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା ହୋଇଥିବା ବେଳେ ଏହି ସଫଳତା ଆଧାରରେ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନକୁ ଯିବ ବୋଲି କହିଛନ୍ତି।  ବୈଠକରେ ୨୦୧୭ ବିଧାନସଭା ନିର୍ବାଚନରେ ନିର୍ବାଚିତ ବିଧାୟକ ଓ ପାର୍ଟି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ଏଥିରେ ନିର୍ବାଚନ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ଛଡା ରାଜ୍ୟର ବିଭିନ୍ନ ପରିଷଦ ଓ ନିଗମ ଅଧ୍ୟକ୍ଷଙ୍କ ମଧ୍ୟ ବୈଠକ ହୋଇଥିଲା। ଏଥିରୁ ପାର୍ଟି ୨୦୨୨ ବିଧାନସଭା ନିର୍ବାଚନ ଲାଗି ରୋଡ ମ୍ୟାପ୍‌ ପ୍ରସ୍ତୁତି କରିବ ବୋଲି  ସେ ସୂଚିତ କରିଛନ୍ତି।

ରାଜ୍ୟରେ ଏବେ କରୋନା ଭାଇରସ ମହାମାରୀ ପ୍ରକୋପ ଥମି ଆସିଲାଣି। ଜନତାଙ୍କ ଲାଗି ଏହା ନିଶ୍ଚିତ ଆଶ୍ୱସ୍ତିକର। ତେବେ ସରକାର ପରିସ୍ଥିତି ନେଇ ସମ୍ପୂର୍ଣ୍ଣ ସଚେତନ ଓ ଏ ଦିଗରେ ନିରନ୍ତର ନିଜର ପ୍ରୟାଶ ଜାରି ରଖିବେ ବୋଲି ଠାକୁର କହିଛନ୍ତି। ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।  

   Related Posts